Body Recovered From her House
ବନ୍ଦ ଘର ଭିତରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଗଂଜାମ ଜିଲ୍ଲା ବୁଗୁଡ଼ାର ଅରବିନ୍ଦନଗରରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଖୋର୍ଦ୍ଧା ସୋରଣ ଗାଁର ରଶ୍ମିତା ବେହେରା। ସେ ବୁଗୁଡ଼ାରେ ପୋଷ୍ଟ ଅଫିସରେ ଡାକ କର୍ମଚାରୀ ଭାବେ କାମ କରୁଥିଲେ।
ସୂଚନା ଅନୁସାରେ ମହିଳା ଜଣକ ରହୁଥିବା ଭଡ଼ା ଘରର କବାଟ ଦୀର୍ଘ ସମୟ ଧରି ବନ୍ଦ ଥିବା ଦେଖି ଘର ମାଲିକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘରର କବାଟ ଖୋଲିବା ପରେ ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲା। ତେବେ କେମିତି ମୃତ୍ୟୁ ହେଲା ? ଏହା ପଛର କାରଣ କ’ଣ ? ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ବୁଗୁଡ଼ା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721283717.jpg)