Advertisment

ନାଗାବାବା ବେଶରେ ଆସି ଲୁଟିନେଲେ ସୁନା ଗହଣା

କୌଣସି ଅଲୌକିକ କି ଦିବ୍ୟ ଚମତ୍କାର ନୁହେଁ, ଦେଖାଇଛନ୍ତି 'ଚୌର୍ଯ୍ୟ ବୃତ୍ତିରେ ଚମତ୍କାରିତା'। ନାଗା ସାଧୁ ବେଶରେ ଆସି ଲୁଟିନେଲେ ସୁନାଗହଣା।

Posing as sadhus, miscreants loot gold ornament worth around Rs 5 lakhs in Bhubaneswar

Posing as sadhus, miscreants loot gold ornament worth around Rs 5 lakhs in Bhubaneswar

Advertisment

ପୁଣି ଭକୁଆ ବନାଇଲେ ଭଣ୍ଡବାବା। ନାଗାସାଧୁ ଭାବି ଯେଉଁମାନଙ୍କୁ ଘରକୁ ଡାକିଲେ, ଆତିଥ୍ୟତା ଦେଇ ଆପ୍ୟାୟିତ କଲେ; ସେମାନେ ହିଁ ଦେଖାଇଲେ ନିଜ ହାତର କରିସ୍ମା। ପରିବାରର ତିନି ତିନି ଜଣଙ୍କ ଆଖିରେ ଧୂଳି ଦେଇ ଲୁଟିନେଲେ ପ୍ରାୟ ୫ ଲକ୍ଷ ଟଙ୍କାର ଓଜନିଆ ସୁନା ଚେନ୍। ଏହାପରେ ନ-ଦୋ-ଗ୍ୟାରା ହୋଇଗଲେ ନାଗାସାଧୁ। ଏଭଳି ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଘଟିଛି ଖୋଦ୍ ରାଜଧାନୀରେ।

Advertisment

ବେଶକୁ ଦେଖିଲେ ଲାଗିବ, ଇଏ ଏମିତି ସେମିତି ସାଧୁ ନୁହଁନ୍ତି, ପୂରା ଅବିକଳ ନାଗା ସାଧୁ। ମୁଣ୍ଡରେ ପଗଡ଼ି ଓ ଅଣ୍ଟାରେ କୌପିନକୁ ଛାଡ଼ିଦେଲେ ଫୁଙ୍ଗୁଳା ସମ୍ପୂର୍ଣ୍ଣ ଶରୀର। ବୋଳାହୋଇଛି ଭସ୍ମ... ବେକରେ ରୁଦ୍ରାକ୍ଷର ମାଳ... ଆଚରଣ ଉଚ୍ଚାରଣ ସବୁକିଛି ଚମତ୍କାରୀ ନାଗାବାବା ଭଳି। ହେଲେ କୌଣସି ଅଲୌକିକ କି ଦିବ୍ୟ ଚମତ୍କାର ନୁହେଁ, ଦେଖାଇଛନ୍ତି 'ଚୌର୍ଯ୍ୟ ବୃତ୍ତିରେ ଚମତ୍କାରିତା'। ନାଗା ସାଧୁ ବେଶରେ ଆସି ଲୁଟିନେଲେ ସୁନାଗହଣା। ପ୍ରାୟ ୫ ଲକ୍ଷ ଟଙ୍କାର ସୁନାଗହଣା ଚୋରି ଅଭିଯୋଗ। ସୁନା ଚୋରି କରି ଫେରାର୍ ମାରିଲେ ଭଣ୍ଡ ନାଗାବାବା।

ଏମାନେ ଭୁବନେଶ୍ୱର ରଘୁନାଥପୁରର ରାକେଶ ପଢ଼ିଆରୀଙ୍କ ଘରୁ ୯୦ ଗ୍ରାମ ଓଜନର ସୁନା ଚେନ୍ ଚୋରି କରିଥିବା ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଡାଇନିଂ ଟେବୁଲ ଉପରେ ସୁନାଚେନ ଥୋଇ ବାଥରୁମ ଯାଇଥିବା ବେଳେ, ସେଦିନ ଘରକୁ ଆସିଥିବା ଏହି ଭଣ୍ଡ ସାଧୁମାନେ ତାକୁ ଲୁଟି ନେଇଥିବା କହିଛନ୍ତି ରାକେଶ।

Advertisment

ଭଣ୍ଡ ନାଗାସାଧୁ କେମିତି ଗୋଟିଏ ପରିବାରର ୩ ଜଣଙ୍କ ଆଖିରେ ଧୂଳି ଦେଇ ସେମାନେ ଲୁଟିନେଲେ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନାଚେନ୍। ସୂଚନା ଅନୁସାରେ, ଉତ୍ତରପ୍ରଦେଶ ନମ୍ବର ପ୍ଲେଟ୍ ଲାଗିଥିବା ଏହି ଗାଡ଼ିରେ ଗତ ଶୁକ୍ରବାର ୬ ଜଣ ନାଗାସାଧୁ ଅଟକିଥିଲେ ରଘୁନାଥପୁର ସ୍ଥିତ ମାଉସୀ ମାଆ ମନ୍ଦିରରେ। ଅଚାନକ ନାଗାସାଧୁଙ୍କୁ ଦେଖି ଆତିଥ୍ୟତା ଦେବାରେ କୌଣସି ହେଳା କରିନଥିଲେ ମନ୍ଦିର କମିଟି। ଯାହାର ପରିଚାଳନା ଦାୟିତ୍ବରେ ଥିଲେ ରାକେଶଙ୍କ ବାପା ପ୍ରାଣକୃଷ୍ଣ।

ପରିବାର ଲୋକଙ୍କ ବିଶ୍ୱାସଭାଜନ ହେବା ପରେ, ନିଜ ଚମତ୍କାରୀ ଶକ୍ତି ଦେଖାଇଥିଲେ ନାଗାସାଧୁ । ପ୍ରାଣକୃଷ୍ଣଙ୍କ ହାତରେ ରୁଦ୍ରାକ୍ଷ ଧରାଇ ତନ୍ତ୍ରମନ୍ତ୍ର ବଳରେ ଶିବଲିଙ୍ଗରେ ପରିଣତ କରିଦେଇଥିଲେ। ଆଉ ପୁଅକୁ ରୋଜଗାରିଆ କରିଦେବା ଲୋଭ ଦେଖାଇ ଲକ୍ଷେ ଟଙ୍କା ଦାବି କରିଥିଲେ। ଗତକାଲି ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ, ପୋଲିସ ଅଭିଯୁକ୍ତମାନଙ୍କୁ ଫୋନ୍ କରିବାରୁ ସେମାନେ ପୁରୀରେ ଅଛନ୍ତି ଏବଂ ସନ୍ଧ୍ୟାବେଳେ ଆସି ଥାନାରେ ପହଞ୍ଚିବେ ବୋଲି କହିଥିଲେ। ହେଲେ ସେଭଳି ନହେବାରୁ ପୋଲିସ ପରେ ନମ୍ବର ଟ୍ରାକ୍ କରି ଜାଣିବାକୁ ପାଇଲା ଯେ, ଭଣ୍ଡ ନାଗାବାବା ଛତିଶଗଡ଼ ଧରିଲେଣି।

Advertisment
Naga Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ