Advertisment

ମମିତା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କୁ କିଏ ଦେଉଛି ସୁରକ୍ଷା?

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ?

Oppn Demands Dibya Shankar’s Resignation

Oppn Demands Dibya Shankar’s Resignation

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ? ୪ଦିନ ହେଲା ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ନବୀନ? କ୍ଷମତାଶାଳୀ କୋଟେରୀରେ ଥିବାରୁ ମିଳୁଛି କି ସୁରକ୍ଷା? ତେବେ ସରକାରଙ୍କୁ ଚାପ ପକାଇବା ଲାଗି ରାଜ୍ୟବ୍ୟାପି ଆନ୍ଦୋଳନକୁ ଜୋରଦାର କରିଛନ୍ତି ବିଜେପି ଓ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ମୟୁରଭଂଜ ଜିଲ୍ଲା ଗସ୍ତବେଳେ ତାଙ୍କୁ କଳାପତାକା ବି ପଦର୍ଶନ କରାଯାଇଛି।

Advertisment

ବିକ୍ଷୋଭ, ଧାରଣା, ପ୍ରତିବାଦ, କଳାପତକା ପ୍ରଦର୍ଶନ, ଅଣ୍ଡାମାଡ। ଏମିତି ଢଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ତୀବ୍ର ହୋଇଛି ଆନ୍ଦୋଳନ। ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ  ମଧ୍ୟରେ ଧସ୍ତାଧସ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଏତଲା ଦେବାକୁ ଯାଇଥିବା ବେଳେ ପୋଲିସ ଅଟକାଇବାରୁ ସୃଷ୍ଟି ହୋଇଥିଲା ଏଭଳି ସ୍ଥିତି। ବାରିପଦା ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବି ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ବିଜେପି ଓ ଜେଏମ୍ଏମ୍ କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ବିକ୍ଷୋଭ କରିଥିଲେ। ତେବେ ଏହି ସମୟରେ ବିଜେଡି କର୍ମୀ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।

ବରଗଡର ଗାନ୍ଧିଛକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ରାୟଗଡାରେ ମଧ୍ୟ ବିଜେପି ପକ୍ଷରୁ ଦିବ୍ୟଶଙ୍କରଙ୍କ ନାଁରେ ଏତଲା ଦିଆଯାଇଛି। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବି ବିକ୍ଷୋଭ ଓ ଶୋଭାଯାତ୍ରା ଜାରି ରହିଛି। କଳାହାଣ୍ଡି ଏସ୍‌ପି ଅଫିସ୍ ଆଗରେ ଦଳୀୟକର୍ମୀ ଧାରଣା ଦେବା ସହ ଭବାନୀପଟଣା-କେସିଙ୍ଗା ରୋଡରୁ ବାଇକ ଶୋଭାଯାତ୍ରା କରିଥିଲେ। ସେହିପରି ଯୁବକଂଗ୍ରେସ ପକ୍ଷରୁ ଦିବ୍ୟଶଙ୍କରଙ୍କ ଘର ଉପରକୁ ଅଣ୍ଡାମାଡ କରାଯାଇଥିଲା। ସମ୍ବଲପୁର ଏସ୍‌ପି ଅଫିସ୍ ଆଗରେ ମଧ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବା ସହ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ତେଣେ ମମିତା ମେହେରଙ୍କ ଗାଁକୁ ଯାଇ ତାଙ୍କ ପରିବାରଙ୍କୁ ଭେଟିଛି କଂଗ୍ରେସର ୫ ଜଣିଆ ଟିମ୍।

Advertisment

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ? କାହା ଚାପରେ କାର୍ଯ୍ୟାନୁଷ୍ଠାନ ହେଉନି, ତାକୁ ନେଇ ଉଠିଛି ପ୍ରଶ୍ନ। ଦିବ୍ୟଶଙ୍କର ଏକ କ୍ଷମତାଶାଳୀ କୋଟେରୀରେ ଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଚର୍ଚ୍ଚା ହେଉଛି।

ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନଙ୍କ ନାଁରେ ବଢିଚାଲିଛି ଅଭିଯୋଗର ଫର୍ଦ୍ଦ। ନୟାଗଡ଼ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣା ସାହୁ, ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନା ଓ ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ମନ୍ତ୍ରୀ ବିକ୍ରମ ଆରୁଖ ସଂପୃକ୍ତି ଅଭିଯୋଗ ଆସିଛି। ତେବେ କାହା ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment
Odisha Police Bolangir Mamita Meher Muder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ