Advertisment

ଜାଲ୍‌ ନୋଟ୍‌ ଚଳାଇବାକୁ ଛୋଟ ଦୋକାନୀଙ୍କୁ ଚାରା କରୁଛନ୍ତି ଦଲାଲ

ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।

undefined

Fake Note - Fake Currency

Advertisment

ବାଲେଶ୍ୱର ନୀଳଗିରିର ବ୍ୟସ୍ତ ବହୁଳ ସନ୍ତରାଗଡିଆ ବଜାର । ଖଚାଖଚ ଥାଏ ଭିଡ଼ । ଗ୍ରାହକ ଓ ଦୋକାନୀ, କାହାକୁ ତର ନାହିଁ । ଯାହାର ଫାଇଦା ଉଠାଇଛନ୍ତି ଜାଲ୍ ନୋଟ୍‌ର କାରବାର କରୁଥିବା ଦଲାଲ । ଛୋଟ ଦୋକାନ ଓ ସାପ୍ତାହିକ ହାଟର ଭିଡ଼ରେ ପଶି ଅତି ସହଜରେ ଚଳାଇ ନେଇଛନ୍ତି ହଜାର ହଜାର ଟଙ୍କାର ନକଲି ନୋଟ୍ । ହେଲେ ଧରା ପଡିଯାଇଛନ୍ତି ବିଦେଶୀ ମଦ କାଉଣ୍ଟରରେ ।

Advertisment

ଜାଲ୍ ନୋଟ୍ କାରବାର ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।

ଏପଟେ ଗତକାଲି ଜାଲନୋଟ୍ ମିଳିଥିବା ସୋନପୁର ଉଲୁଣ୍ଡା ଥାନା ମାଟଖାଇ ନୂଆବସ୍ତିରେ ଆଜି ଖୋଳତାଡ଼ କରିଛି କ୍ରାଇମବ୍ରାଂଚ୍ ଏସଟିଏଫ୍ ଟିମ୍ । ଜାଲ୍ ନୋଟ୍ କାରବାରରେ ଗିରଫ ଦୀପକ ମେହେରର ପରିବାର ସଦସ୍ୟଙ୍କୁ ପଚରାଉଚରା ହୋଇଛି । ଜାଲ୍ ନୋଟ୍ ଏଠାରେ ତିଆରି ହେଉଥିଲା କି ? ଯଦି ହେଉନଥିଲା ତେବେ କିଏ, କେବେ ଏବଂ କାହିଁକି ଏହି ନକଲି ନୋଟ୍ ଦେଇଥିଲା ? ଜାଲ୍ ନୋଟ୍ କାରବାରରେ ଆଉ କିଏ କିଏ ସଂପୃକ୍ତ ? ଏନେଇ ଘଂଟାଚକଟା କରିଛି ଏସଟିଏଫ୍ । ପରେ ଟିମ୍ ଜାଲ୍ ନୋଟ୍ କାରବାରର ଲିଙ୍କ ଖୋଜିବାକୁ ଛତିଶଗଡ ଯାଇଥିବା ସୂଚନା ମିଳିଛି ।

Advertisment

ଗତକାଲି ସୋନପୁରରେ ଚଢାଉ ବେଳେ କ୍ରାଇମବ୍ରାଂଚ୍ STF ହାତରେ ଲାଗିଥିଲା ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ନୋଟ୍ । ଜବତ ହୋଇଥିବା ଜାଲ୍ ନୋଟ୍ ଛତିଶଗଡରୁ ପଶ୍ଚିମ ଓଡିଶାର ବିଭିନ୍ନ ସୀମାବର୍ତ୍ତୀ ଜିଲ୍ଲା ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ବେଳେ ଲକ୍ଷର ଫେକ୍ ନୋଟ୍ ପାଇଁ ୧୦ରୁ ୨୫ ହଜାର ଟଙ୍କା ଯାଏଁ ଡିଲ୍ ହେଉଥିବା STF ସୂଚନା ଦେଇଛି।

କ୍ରାଇମବ୍ରାଂଚ୍ ଏସଟିଏଫ୍ ଏଯାଏଁ ୧ କୋଟି ୧୯ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି । ତାମଧ୍ୟରୁ ଗତ ଫେବ୍ରୁଆରୀରେ ଟିଟଲାଗଡରୁ ୩୧ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଥିଲା। ଏହା ପୂର୍ବରୁ ବରଗଡର ବରପାଲି, ରାଉରକେଲା ଏବଂ ସମ୍ବଲପୁରର ଜୁଜୁମରାରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ ହୋଇଥିଲା।

Advertisment

Fake Currency Fake Note
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ