ମାଫିଆ ଫେରାର୍
ସୋନପୁର ଜିଲ୍ଲାର ତରଭା ଥାନା । ଗଞ୍ଜେଇ କରିଡରର ପ୍ରମୁଖ ଟ୍ରାନଜିଟ୍ ପଏଣ୍ଟ । ଗତ ସୋମବାର ଫିଲ୍ମ ଷ୍ଟାଇଲ୍ରେ ଗଞ୍ଜେଇ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ତରଭା ପୋଲିସ୍ । ଗାଡ଼ିରେ ଚାଲାଣ ହେଉଥିଲା ୬ କୋଟିର ଗଂଜେଇ । ଆଉ ଏହି ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଧରି ବାଃ ବାଃ ନେଉଛି । କିନ୍ତୁ ଏତେ ପରିମାଣର ଗଞ୍ଜେଇ ଧରି ବି ଭିଲେନ୍ ସାଜିଲା ପୋଲିସ୍ ।
କାରଣ ଗଞ୍ଜେଇ ବୋଝେଇ ଗାଡ଼ି ଛାଡ଼ି ଫେରାର ମାରିଲେ ଅଭିଯୁକ୍ତ । ତେବେ ଏଠି ପ୍ରଶ୍ନ ଉଠୁଛି ଗାଡ଼ି ଛାଡ଼ି କେମିତି ଫେରାର ମାରିଲେ ଅଭିଯୁକ୍ତ ? ନା ଆଗରୁ ଫାଇନାଲ୍ ହୋଇଥିଲା ଡିଲ୍ ? ଗଞ୍ଜେଇ ମାଫିଆ ଫେରାର୍ ମାରୁଥିବା ବେଳେ କ’ଣ କରୁଥିଲା ପୋଲିସ୍ ?
ନୀଳଜହର ବେପାରକୁ ନେଇ ଆଗରୁ ବଦନାମ ସୋନପୁର ପୋଲିସ । ଗଂଜେଇ ଚାଲାଣରେ ସଂପୃକ୍ତିରେ ପୂବର୍ରୁ ଅନେକ ହୋମଗାର୍ଡଙ୍କ ଚାକିରୀ ମଧ୍ୟ ଯାଇଛି । ଖାଲି ସେତିକି ନୁହେଁ, ଗଂଜେଇ ବେପାରକୁ ନେଇ ତରଭା ଥାନାରେ ଅଛି କଳଙ୍କିତ ଇତିହାସ । ଥାନାରେ କାର୍ଯ୍ୟରତ ହୋମଗାର୍ଡ ବିଜୟ ସାହୁ ଗଂଜେଇ ଚାଲାଣରେ ସଂପୃକ୍ତ ଥିବାରୁ ବଲାଙ୍ଗିର ପୋଲିସ ଦ୍ବାରା ଗିରଫ ହୋଇଥିଲେ ।
ଏପରିକି କିଛି ଦିନ ଆଗରୁ ବିନିକା ପୋଲିସ ଜଣେ ଜଣେ ହୋମାଗାର୍ଡଙ୍କୁ ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା । ଆଉ ଏବେ ତରଭା ପୋଲିସ୍ର ମାଲ୍ ସିଜ୍-ମାଫିଆ ଫେରାର୍ ଫମୁର୍ଲା ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751523826.jpg)