Advertisment

ଧାରଣାରେ ବସିଥିବା ନବବିବାହିତାଙ୍କ ବାପା, ଭାଇଙ୍କୁ ଉଠାଇନେଲା ପୋଲିସ

ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।

Bride Dharana In front of Groom's House In Berhampur

Bride Dharana In front of Groom's House In Berhampur

Advertisment

ବ୍ରହ୍ମପୁର: ବ୍ରହ୍ମପୁରରେ ଯୁବତୀ ସ୍ୱାମୀ ଦାବି କରି ଧାରଣା ଦେଇଥିବା ମାମଲାରେ ତାଙ୍କ ବାପା, ଭାଇଙ୍କୁ ଉଠାଇ ନେଲା ପୋଲିସ୍। ଆଜି ସଂଧ୍ୟା ବେଳେ ବୈଦନାଥପୁର ପୋଲିସ୍ ଉଭୟଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଛି। ଭାଇଙ୍କୁ ପୋଲିସ୍ ଘଟଣାସ୍ଥଳରୁ ଟେକି ଟେକି ସେଠୁ ନେଇ ଯାଇଥିବା ବେଳେ ପୋଲିସ୍ ବାପାଙ୍କୁ ବି ସେଠୁ ନେଇଛି। ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।  

Advertisment

ଏପଟେ ସୁମିତଙ୍କ ଘର ଆଗରେ ଦୁଇ ଦିନ ଧରି ମହିଳା ଜଣକ ଧାରଣାରେ ବସିଥିଲେ ବି ସୁମିତ କିମ୍ବା ତାଙ୍କ ଘର ଲୋକଙ୍କ ଦେଖା ମିଳିନି। କାଲିଠୁ ସେମିତି ବନ୍ଦ ରହିଛି ଘରର ମୁଖ୍ୟ ଦ୍ୱାର। ଏଣେ ତାଙ୍କୁ ବୋହୂ ଭାବେ ସ୍ବୀକାର କରି ଘରକୁ ନନେଲେ, ଆତ୍ମାହତ୍ୟାର ଧମକ ଦେଇଥିବାରୁ ତାଙ୍କୁ ରାତି ଦିନ ଜଗି ରହିଛି ପୋଲିସ। ସେପଟେ ବ୍ରହ୍ମପୁର ଏସ୍ପି କହିଛନ୍ତି, ମହିଳାଙ୍କ ଅଭିଯୋଗ ଆଧାରରେ ମହିଳା ଥାନାରେ ଏକ କେସ୍ ରୁଜୁ ସହ ମାମଲାରେ ଚାର୍ଜସିଟ୍ ବି ହୋଇଛି।

ଅପରପକ୍ଷେ ସୁମିତଙ୍କ ପରିବାର ପକ୍ଷରୁ କୋର୍ଟରେ ଏକ ଛା଼ଡ଼ପତ୍ର ମାମଲା ଦାଏର ହୋଇଥିବାରୁ ଏ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେଣୁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେବେ ତାକୁ ଅନୁପାଳନ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ତେବେ ଘଟଣା ସଂପର୍କରେ ସୁମିତ୍ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment
Odisha Berhampur Bride
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ