ଲାଞ୍ଚ ନେଇ ଗିରଫ ହେଲେ ପୋଲିସ SI, ଜବତ ଡିଏଲ୍ ଫେରାଇବା ପାଇଁ ନେଉଥିଲେ ଲାଞ୍ଚ

ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।

Police SI Arrested

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବ୍ ଇନିସପେକ୍ଟର। ଭୁବନେଶ୍ୱର ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା । ପ୍ରିୟବ୍ରତଙ୍କର ଭୁବନେଶ୍ୱର ଭିଏସଏସ୍ ନଗର ଓ ବ୍ରହ୍ମଗିରି ରେବଣା ନୂଆଗାଁସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଜଣେ କାର ଚାଳକଙ୍କଠାରୁ ଜବତ ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ୨ଟି ପର୍ଯ୍ୟାୟରେ ୫ ହଜାର ଟଙ୍କା ନେବାକୁ ଦାବି କରିଥିଲେ SI ପ୍ରିୟବ୍ରତ ପ୍ରଧାନ । ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ । ଆଜି ଆଉ ୨ ହଜାର ଟଙ୍କା ନେବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ ।