Advertisment

ଜେଲ୍‌ରେ ରେଡ୍‌; ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ମିଳିଲା ମୋବାଇଲ

ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ମୋବାଇଲ।

Susanta Dhalasamanta

Susanta Dhalasamanta

Advertisment

ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ମୋବାଇଲ। ବଲାଙ୍ଗୀର ଜେଲରେ ରେଡ୍ ବେଳେ ମୋବାଇଲ୍ ମିଳିଥିବା ଜଣାପଡିଛି।

Advertisment

ଗତକାଲି ଜେଲରେ ଚଢ଼ାଉ କରିଥିଲା ପୋଲିସ। ସେଲ୍ ଭିତରୁ ମିଳିଥିଲା ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର। ଚିକିତ୍ସା ପାଇଁ ସୁଶାନ୍ତ ଧଳସାମନ୍ତ କଟକ ଯାଇଥିବା ବେଳେ, ସେଲ ଭିତରୁ ବାହାରିଛି ଲକ ଥିବା ମୋବାଇଲ | ସୁଶାନ୍ତ ଧଳସମନ୍ତ ଆସିଲା ପରେ ଅଧିକ ତଦନ୍ତ କରିବ ପୋଲିସ ।ଫୋନ ଜରିଆରେ ଜେଲ ଭିତରୁ ସୁଶାନ୍ତ ଧଳସାମନ୍ତ କ୍ରାଇମ ନେଟୱାର୍କ ଚଳାଉଥିବା ସନ୍ଦେହ କରାଯାଉଛି।

ତେବେ ସୁଶାନ୍ତ ପାଖକୁ ମୋବାଇଲ ଆସିଲା କେମିତି ? କିଏ ତାକୁ ଦେଇଥିଲା ମୋବାଇଲ୍ ଫୋନ୍ ? ଜେଲ୍ କର୍ତ୍ତୃପକ୍ଷ କେମିତି ଜାଣି ପାରିଲେ ନାହିଁ ଏଭଳି ଅନେକ ପ୍ରଶ୍ନ ଉଠିଛି। ସେହିପରେ ନୟାଗଡ଼ର ୪ଟି ଜେଲରେ ପୋଲିସ ରେଡ୍ କରିଛି। ନିଶା କାରବାର ନେଇ ଆଜି ଭୋରରୁ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ରେଡ୍ ଚାଲିଛି।

Advertisment

ମାଜିଷ୍ଟ୍ରେଟ ଓ ନୟାଗଡ଼ ଏସପିଙ୍କ ଉପସ୍ଥିତିରେ ଚଢାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ଜବତ ହୋଇଛି ବହୁ ପରିମାଣର ବିପୁଳ ନିଶା ସାମଗ୍ରୀ। ଏଥିରେ ରହିଛି ଗୁଟଖା, ଖଇନି, ବିଡି ସହ ବ୍ଲେଡ୍।

Sushant Dhala Samanta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ