Advertisment

ହଜମ ହେଲାନି ସୁପ୍‌ ପିଇବା...ମାଡ଼ି ବସିଲେ ଅବକାରୀ ଗୁଇନ୍ଦା

ଚୋରା ବେପାରୀଙ୍କର ଏବେ ଅକଲ ଗୁଡୁମ। ଯେତେ ଫନ୍ଦି ଫିକର କଲେ ବି କାମ କରୁନି। ସବୁ ଫସର ଫାଟି ଯାଉଛି। ଅବକାରୀ ଗୁଇନ୍ଦାଙ୍କ ବୁଦ୍ଧି ପାଖରେ ଫିକା ପଡ଼ି ଯାଉଛି କି ଚୋରା ବେପାରୀଙ୍କ ବୁଦ୍ଧି ?

ଅଦ୍ୟତନ ହୋଇଛି
 marijuana  seized from car

marijuana seized from car

Advertisment

ଚୋରା ବେପାରୀଙ୍କର ଏବେ ଅକଲ ଗୁଡୁମ। ଯେତେ ଫନ୍ଦି ଫିକର କଲେ ବି କାମ କରୁନି। ସବୁ ଫସର ଫାଟି ଯାଉଛି। ଅବକାରୀ ଗୁଇନ୍ଦାଙ୍କ ବୁଦ୍ଧି ପାଖରେ ଫିକା ପଡ଼ି ଯାଉଛି କି ଚୋରା ବେପାରୀଙ୍କ ବୁଦ୍ଧି ?  ଏଇ ଦେଖନ୍ତୁ, କାର ଇଞ୍ଜିନ୍‌ରେ ଲୁଚାଇ ଆଣୁଥିଲେ । ଭାବିଥିଲେ କେହି ଧରି ପାରିବେନି। ତଥାପି ଧରା ପଡିଗଲେ। ମାଡି ବସିଲା ଅବକାରୀ  । କେତେ ବାହାନା ବି ଦେଖାଇଲେ। ଅବକାରୀ ଗୁଇନ୍ଦା ପାଖରେ କିଛି କାମ କଲାନି। ୩ ଚୋରା ଗଞ୍ଜେଇ ଚାଲାଣକାରୀ ଏବେ ପୋଲିସ ହେପାଜତରେ। ଚୋରା ବେପାରୀ ତ ଯାହା ଗିର‍ଫ ହେଲେ, ସବୁଠାରୁ ଦୁଃଖର କଥା ୧୫ ଲକ୍ଷର କାର ଏବେ ପୋଲିସ କବ୍‌ଜାରେ । ମାତ୍ର ୩ ଲକ୍ଷର ଗଞ୍ଜେଇ ପାଇଁ ୧୫ ଲକ୍ଷର ଗାଡ଼ି ନଷ୍ଟ ହୋଇ ଯିବନି ତ ? ଏଇ ଚିନ୍ତା ଘାରିଛି ଚୋରା ବେପାରୀଙ୍କୁ। ଏମିତି ଘଟଣା ଘଟିଛି ଭଞ୍ଜନଗର ବାଲିଗୁଡାରେ। 

Advertisment

ଗଞ୍ଜେଇ ଚାଲାଣ ପାଇଁ ସବୁ ଚାଲ ମାରୁଛି ଫେଲ୍। ସବୁ ତରିକାକୁ ପଣ୍ଡ କରୁଛି ଅବକାରୀ ଗୁଇନ୍ଦା ବିଭାଗ। କାରର ଯେତେ ସିକ୍ରେଟ୍ ଚାମ୍ବର ହେଉ କି ଇଞ୍ଜିନ ବଡିରେ ହେଉ, ଚୋରା ଗଞ୍ଜେଇ ଚାଲାଣକୁ ଧରି ଦେଉଛି ଅବକାରୀ ପୋଲିସ । ରବିବାର ପୁଣି ଏକ ଗଞ୍ଜେଇ ଚାଲାଣ ରାକେଟକୁ ଧରିଛି ଅବକାରୀ ଗୁଇନ୍ଦା। କାରର ଇଞ୍ଜିନ ବଡିରେ ଲୁଚାଇ ନେଉଥିବା ବେଳେ ଧରିଛି ପୋଲିସ ।

ଗତକାଲି ବିଳମ୍ବିତ ରାତିରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟ ସାମନ୍ତଙ୍କୁ ଖବର ଆସିଥିଲା ଏକ ଦାମୀ କାରରେ ଗଞ୍ଜେଇ ଚାଲାଣ ହେବ। ଏହାକୁ ନେଇ ଅବକାରୀ ଟିମ୍ ଛକି ରହିଥିଲା ଭଞ୍ଜନଗର ନିକଟ ଦୁର୍ଗା ପ୍ରସାଦ ଅଞ୍ଚଳରେ। ଏକ ହୋଣ୍ଡା ସିଟି କାରରେ ବାଲିଗୁଡା ଅଂଚଳର ପାନେଲ ଦିଗାଲଙ୍କ ସହ 3ଜଣ ଭଞ୍ଜନଗର ପଟକୁ ଆସୁଥିଲେ। ଅବକାରୀ ଗୁଇନ୍ଦା ବିଭାଗ ସେମାନଙ୍କୁ ପଚରା ଉଚରା କରିଥିଲା । ହେଲେ ନିଜ ବୟାନରେ ନିଜେ ଫସିଗଲେ ଚୋରା ବେପାରୀ। କୁଆଡେ ଯାଉଛନ୍ତି ବୋଲି ପଚରାଯିବାରୁ  ସେମାନେ ସୁପ୍ ପିଇବାକୁ ଭଞ୍ଜନଗର ଆସୁଥିବା କହିଥିଲେ। ବାଲିଗୁଡ଼ାରୁ ଭଞ୍ଜନଗର ଏତେ ଦୂର ସୁପ୍ ପିଇବାକୁ ଆସିବା ଘଟଣା ହଜମ ହୋଇନଥିଲା ଅବକାରୀ ଗୁଇନ୍ଦା ବିଭାଗକୁ। ଏତେ ଦାମୀ କାରରେ ବି ଗଞ୍ଜେଇ ଚାଲାଣକୁ ନେଇ ମିଳିଥିବା ସୂଚନାକୁ  ବିଶ୍ୱାସ କରି ପାରିନଥିଲା।  

Advertisment

ଶେଷରେ କାର ଯାଞ୍ଚ କରାଯାଇଥିଲା । କାର ବ୍ୟାକ୍ ସାଇଡ  ଓ ଵ୍ୟାକ ସିଟ ପଛ ପାଖ ସିଟ୍ ତଳ ସବୁ ଯାଞ୍ଚ ପରେ ବି କିଛି ପାଇ ନ ଥିଲା ପୋଲିସ। ଘଣ୍ଟାଏ କାଳ ହଲାପଟା ପରେ ଶେଷରେ ଇଞ୍ଜିନ ଯାଞ୍ଚ କରିଥିଲା। ସେଠାରୁ ପୋଲିସ ହାତରେ ଲାଗିଥିଲା ୩୦କିଲୋରୁ ଉର୍ଦ୍ଧ୍ଵ ଗଞ୍ଜେଇ। ଏଗୁଡ଼ିକୁ ସେମାନେ ବାଲିଗୁଡ଼ାରେ ପ୍ୟାକିଂ କରି ଭୁବନେଶ୍ୱର କଳ୍ପନା ସ୍ଥିତ ଏକ ଲଜିଂ ନେଇ ସେଠାରେ ବେପାରୀକୁ ଦେଇଥାନ୍ତେ। କିନ୍ତୁ ସବୁ ଯୋଜନା ଫେଲ ମାରିଗଲା।  ତେବେ ଘୋଡା ୬କୁ ଦାନା ୯ ନ୍ୟାୟରେ ୧୫ଲକ୍ଷ କାରରେ ୩ଲକ୍ଷର ଗଞ୍ଜେଇ ନେବା ମହଙ୍ଗା ପଡ଼ିଛି ଚାଲାଣ କାରୀଙ୍କୁ। ଗିରଫ 3ଅଭିଯୁକ୍ତ ହେଲେ ବାଲିଗୁଡ଼ା ତାଳପଙ୍ଗା ଗାଁର ପାନେଲ୍ ଦିଗାଲ, ଆକାଶ ଦିଗାଲ, ଦିଲୀପ ଦିଗାଲ । ଏମାନଙ୍କୁ ଗିରଫ କରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

Odisha Police Excise Duty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ