Advertisment

ପୋଲିସ କବଜାରେ 'ଭାଇ ଭାଇ' ମୂର୍ତ୍ତି ଚୋରି ଗ୍ୟାଙ୍ଗ; ମନ୍ଦିରରେ କଳାକନା ବୁଲେଇ ମାରୁଥିଲେ ଫେରାର !

ମନ୍ଦିରକୁ ପୂଜକ ହେଇ ଆସୁଥିଲେ । ଯେଉଁ ଠାକୁରଙ୍କୁ ପୂଜା କରୁଥିଲେ, ତାଙ୍କୁ ଲୁଟୁଥିଲେ । ଦିଅଁ ଖାଇ ଖଟୁଲି ଖାଇଲା ଭଳି ।

undefined

Police Seize Idol Theft

Advertisment

ଭାଇ ଭାଇ ମୂର୍ତ୍ତି ଚୋରି ଗ୍ୟାଙ୍ଗ। ଚାରି ଜିଲ୍ଲାରେ ଦୀର୍ଘ ଦିନ ଧରି ମନ୍ଦିର ପରେ ମନ୍ଦିର ଲୁଟି ଚାଲିଥିବା ତିନି ଜଣିଆ ଭାଇ ଗାଙ୍ଗର ପର୍ଦ୍ଦାଫାସ କରିଛି ଉଭୟ ଜଗତସିଂହପୁର ଓ କମିଶନରେଟ୍ ପୋଲିସ୍। ତିନି ଭାଇଙ୍କୁ ଗିରଫ କରିବା ସହ ଏମାନଙ୍କଠାରୁ ବିପୁଳ ପରିମାଣ ପ୍ରାଚୀନ ମୂର୍ତ୍ତି, ସୁନା ଅଳଙ୍କାର ଜବତ୍ କରାଯାଇଛି। ଏଥିସହ ଏମାନଙ୍କ ପଛରେ ବଡ଼ ଧରଣର ଅନ୍ତର୍ଜାତୀୟ ମୂର୍ତ୍ତି ଚୋରି ରାକେଟର ସଂପୃକ୍ତି ଥିବା ସନ୍ଦେହରେ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି।

Advertisment

ମନ୍ଦିରକୁ ପୂଜକ ହେଇ ଆସୁଥିଲେ । ଯେଉଁ ଠାକୁରଙ୍କୁ ପୂଜା କରୁଥିଲେ, ତାଙ୍କୁ ଲୁଟୁଥିଲେ । ଦିଅଁ ଖାଇ ଖଟୁଲି ଖାଇଲା ଭଳି । ପୂରା ମନ୍ଦିରରେ କଳକନା ବୁଲେଇ ଫେରାର ମାରୁଥିଲେ । ରାମକୃଷ୍ଣ, ହନୁମାନ, ବଡ଼ବଡ଼ ଅଷ୍ଟଧାତୁ ନିର୍ମିତ ନାଗ ଭଳି ବହୁ ପ୍ରାଚୀନ ମୂର୍ତ୍ତି ସହ ତ୍ରିଶୁଳ, ଘଣ୍ଟ-ଘଣ୍ଟା, ଠାକୁରଙ୍କ ବିମାନ, ଦୁର୍ଲଭ ସୁନା ଅଳଙ୍କାର ଏମିତିକି ଠାକୁରଙ୍କ ଜାବତୀୟ ବାସନ-କୁସନ। କିଛି ବି ଛାଡୁନଥିଲେ। କିଛି ବି ରଖେଇ ଦେଉ ନଥିଲେ ମନ୍ଦିର ଲୁଟେରା ତିନିଭାଇ ଗ୍ୟାଙ୍ଗ୍। ଉଭୟ କମିଶନରେଟ ପୋଲିସ୍ ଓ ଜଗତସିଂହପୁର କବଜାରେ ଥିବା ସେହି କରିତକର୍ମା ତିନିଭାଇ ବରଦା, ଅନ୍ନଦା, ସାରଦା। 

ହେଲେ କେମିତି ପୋଲିସ୍ ହାବୁଡ଼ରେ ପଡ଼ିଲେ ତିନି କୁଖ୍ୟାତ ଲୁଟେରା ? ବାଲିପାଟଣା ଥାନାଞ୍ଚଳରେ ଏକ ମନ୍ଦିରରୁ ଲୁଟି ଫେରାର ମାରିବା ବେଳେ ପ୍ରଥମେ ଦୁଇ ଭାଇ ବରଦା ଆଚାର୍ଯ୍ୟ ଓ ଅନ୍ନଦା ଆଚାର୍ଯ୍ୟ ପୋଲିସ୍ ପାଟ୍ରୋଲିଂ ଭ୍ୟାନ୍ ହାବୁଡ଼ରେ ପଡ଼ିଯିବାରୁ ସାମ୍ନାକୁ ଆସିଥିଲା ପୂରା କାରନାମାା ଜଣା ପଡ଼ିଥିଲା, ଏମାନେ ତିନି ଭାଇ ଗ୍ୟାଙ୍ଗ କରି ଚାରି ଜିଲ୍ଲାରେ ମୂର୍ତ୍ତି ଚୋରିରେ ମାତିଥିଲେ। ପୁରୀ,ଜଗତସିଂହପୁର, କଟକ ଓ ଭୁବନେଶ୍ବର ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ୍। ଏମାନଙ୍କ ଠାରୁ ବିପୁଳ ପରିମାଣର ପ୍ରାଚୀନ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ଜବତ୍ କରିବା ପରେ କମିଶନରେଟ୍ ପୋଲିସ ଏମାନଙ୍କ ସହ ଅନ୍ତର୍ଜାତୀୟ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟର ସଂପୃକ୍ତି ଥିବା ସନ୍ଦେହ କରୁଛି। ଏମାନେ ଏପର୍ଯ୍ୟନ୍ତ ୧୨ଟି ମନ୍ଦିରରୁ ଲୁଟିଥିବା ନେଇ ସ୍ବୀକାର କରିଥିବା ପୋଲିସ୍ କହିଛି।

Advertisment

ଭୁବନେଶ୍ବରରୁ ଦୁଇ ଭାଇଙ୍କୁ ଗିରଫ କରିବା ପରେ ଏମାନଙ୍କ ଚେର ଖୋଜି ଖୋଜି ପୋଲିସ ପହଞ୍ଚିଥିଲା ସେମାନଙ୍କ ଗାଁ ଜଗତସିଂହପୁର ଚଢ଼େଇ ଗାଁରେ। ଯେଉଁଠି ଅପରେଟ୍ କରୁଥିଲା ଅନ୍ୟ ଜଣେ ଭାଇ ସାରଦା।  ଜବତ ହୋଇଥିଲା ୫୦ରୁ ଉର୍ଦ୍ଧ ବିଭିନ୍ନ ଧାତୁର ପ୍ରାଚୀନ ମୂର୍ତ୍ତୀ ସହ ପିତଳ ନାଗ ମୂର୍ତ୍ତୀ, ଘଣ୍ଟ ଓ ଅନ୍ୟାନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ସହ ମନ୍ଦିର ଚୋରିରେ ବ୍ୟବହୃତ ଖଣ୍ଡା, କଟୁରୀ ଭଳି ମାରଣାସ୍ତ୍ର। ବଡ଼ କଥା ହେଉଛି ଚୋରି ପରେ ଲୁଚା ଯାଇଥିବା ଅବସ୍ଥାରେ ଏଗୁଡ଼ିକୁ ମାଟିତଳୁ ଉଦ୍ଧାର କରିଥିଲା ପୋଲିସ।

ଏହି ଘଟଣାରେ ତିନି ଭାଇଙ୍କୁ ଗିରଫ ସହ ପରିବାରର ଅନ୍ୟଜଣେ ସଦସ୍ୟ ଓ ବିଭିନ୍ନ ସମୟରେ ଚୋରି ସାମଗ୍ରୀ କିଣିଥିବା ଅନ୍ୟଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଦୀର୍ଘ ଦିନ ଧରି ମନ୍ଦିର ଲୁଟରେ ସଂପୃକ୍ତ ଥିବା ଏ ପରିବାରର କେଉଁ ଅନ୍ତର୍ଜାତୀୟ ମୂର୍ତ୍ତି ଚୋରି ରାକେଟ୍ ସହ ସଂପର୍କ ଅଛି କି ନାହିଁ, ତାର ଖୋଳତାଡ଼ ପାଇଁ କମିଶନରେଟ୍ ପୋଲିସ୍ ତିନି ଭାଇଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି। କେବଳ ସେତିକି ନୁହେଁ, ଜବତ୍ ପ୍ରାଚୀନ ମୂର୍ତ୍ତି ସବୁର ଅନ୍ତର୍ଜାତୀୟ ବଜାର ଦର କଣ, ଏବଂ ଏସବୁ କେଉଁ ଧାତୁରେ ତିଆରି ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗର ସହାୟତା ନିଆଯିବ ବୋଲି ପୋଲିସ୍ କହିଛି।

Advertisment

Police Idol Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ