Advertisment

Sambalpur: ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଛାତ୍ରୀ; ତା’ପରେ...

ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ ପିଜି ଶେଷ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ  ପଡ଼ିଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Student

Student

Advertisment

ସମ୍ବଲପୁର ବୁର୍ଲାର ମେଟାକାନି ଅଞ୍ଚଳରୁ ଜଣେ ଛାତ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ବୁର୍ଲା ହସ୍ପିଟାଲ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ ପିଜି ଶେଷ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି।

Advertisment

ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ, ୨ଟି ଅଟୋରିକ୍ସାରେ ପ୍ରାୟ ୧୦ ରୁ ୧୨ ଜଣ ଲୋକ ସଂପୃକ୍ତ ଛାତ୍ରୀଙ୍କ ସହ ଘଟଣା ସ୍ଥଳରେ ଓହ୍ଲାଇଥିଲେ ଏବଂ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଜଣେ ଏକ ପଥରରେ ତାଙ୍କ ମୁଣ୍ଡକୁ ପିଟି ଦେବା ଫଳରେ କପାଳରୁ ରକ୍ତସ୍ରାବ ହୋଇଥିଲା।

କେହି କିଛି ବୁଝିବା ପୂର୍ବରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳ ଛାଡ଼ି ଅଟୋ ରିକ୍ସାରେ ସମ୍ବଲପୁର ଆଡ଼କୁ ପଳାଇଥିଲେ। ଆକ୍ରମଣର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ, ସିସିଟିଭି ଫୁଟେଜ ଆଧାରରେ ପୋଲିସ ୨ଟି ଯାକ ଅଟୋ ରିକ୍ସାକୁ ଠାବ କରିବା ସହ କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ତେବେ ସେମାନେ କିଏ ଏବଂ ଛାତ୍ରୀଙ୍କ ସହ ଅଟୋରିକ୍ସାରେ କୁଆଡ଼େ ଯାଇଥିଲେ, କ୍ଲାସ କରିବାକୁ ଆସି ଛାତ୍ରୀ ଜଣକ ସେମାନଙ୍କ ସହ କାହିଁକି ଅଟୋରେ ଓହ୍ଲାଇଲେ, ଏଭଳି ଅନେକ ପ୍ରଶ୍ନ ଏବେବି ଅସମାହିତ ରହିଛି ।

Advertisment

ଆହତ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଏ ନେଇ ମୁହଁ ଖୋଲୁ ନାହାନ୍ତି । ତେବେ ବୁର୍ଲା ପୋଲିସ ଯୁବତୀ ଜଣଙ୍କ ପଢୁଥିବା ବିଶ୍ବବିଦ୍ୟାଳୟ ବିଭାଗରୁ ଉପସ୍ଥାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି। ବୁର୍ଲା ପୋଲିସ ଘଟଣାର ଛାନଭିନ୍ ଚଳାଇଥିବା ବେଳେ, ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଧରିବା ସହ ଘଟଣାର ପର୍ଦ୍ଦାଫାସ କରିବ ବୋଲି କହିଛି।

ଅଧିକ ପଢ଼ନ୍ତୁ: ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଦମ୍ପତି, ଉଦ୍ଧାର କରି ହସ୍ପିଟାଲ୍‌ ନେଲେ ବିଧାୟକ...

Advertisment
Sambalpur Odisha Police Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ