Advertisment

ଚୋରି ହୋଇଥିଲା ୧୦ ହଜାର, ପୋଲିସ୍ ଫେରାଇଲା ୨୬ ଲକ୍ଷ

ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଗ ବଣ୍ଟା ହୋଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ ଚୋରି ଟଙ୍କାକୁ ନେଇ ପୋଷ୍ଟ ଅଫିସରେ ବର୍ଷକ ପାଇଁ ଫିକ୍ସ ଡିପୋଜିଟ୍ କରିଦେଇଥିଲା।

ଅଦ୍ୟତନ ହୋଇଛି
Bhubaneswar Loot

Bhubaneswar Loot

Advertisment

ଅଭିଯୋଗ ହୋଇଥିଲା ୧୦ ହଜାର ଚୋରି। ପୋଲିସ ଫେରାଇଲା ୨୬ ଲକ୍ଷ । ଚୋର ବି ଗିରଫ ହେଲେ। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଆଉ ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଖଣ୍ଡଗିରି ପୋଲିସ । ଖଣ୍ଡଗିରି ପ୍ରକୃତି ବିହାରରେ ରହୁଛନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହାଡ଼ିବନ୍ଧୁ ବେହେରା। ଗତ ୧୬ ତାରିଖରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କଲେ, ତାଙ୍କ ପରିବାର ଘର ବାହାରକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ୧୦ ହଜାର କ୍ୟାସ୍ ସହ କିଛି ସୁନା ଅଳଙ୍କାର ଚୋରି କରିଛି। ଖଣ୍ଡଗିରି ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ୪ ଜଣଙ୍କୁ ଗିରଫ କରିଛି।

Advertisment

ହେଲେ ଆଶ୍ଚର୍ଯ୍ୟର କଥା ଚୋରଙ୍କ ଠାରୁ ପୋଲିସ ଜବତ କରିଥିଲା ୨୬ ଲକ୍ଷ ନଗଦ ଟଙ୍କା ଓ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍। ତେଣୁ ପ୍ରଶ୍ନ ଉଠୁଛି ହାଡ଼ିବନ୍ଧୁଙ୍କ ଘରୁ ପ୍ରକୃତରେ କେତେ ଟଙ୍କା ହୋଇଥିଲା ଚୋରି? କାହିଁକି ଏତଲାରେ ସତ ଲୁଚାଇଲେ ହାଡିବନ୍ଧୁ? ପୋଲିସ ବାସ୍ତବରେ ପ୍ରକୃତରେ କେତେ ଟଙ୍କା ଚୋରି ହୋଇଛି ଜାଣିଥିଲା ନା ନାହିଁ ? ଯଦି ୧୦ ହଜାର ଟଙ୍କାର ଏତଲା ହେଲା, ପୋଲିସ କେମିତି ଅଭିଯୋଗକାରୀଙ୍କୁ ଫେରାଇଲା ୨୬ ଲକ୍ଷ ?

ସେପଟେ ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଗ ବଣ୍ଟା ହୋଇଥିଲା। ତେବେ ଏମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ ଚୋରି ଟଙ୍କାକୁ ନେଇ ପୋଷ୍ଟ ଅଫିସରେ ବର୍ଷକ ପାଇଁ ଫିକ୍ସ ଡିପୋଜିଟ୍ କରିଦେଇଥିଲା। ଚୋରର ଏଭଳି କାରନାମା ଦେଖି ପୋଲିସ ମୁଣ୍ଡରେ ହାତ ଦେଇଛି। ଚୋରି ଟଙ୍କା ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ବି ଫିକ୍ସ ଡିପୋଜିଟ୍ ଥିବାରୁ ଏହାକୁ ତୁରନ୍ତ ଅସୁଲ କରିପାରୁନାହିଁ।

Advertisment

ଚୋର ଚୋରି କରିବା ଧରା ପଡିଲା। ହେଲେ ଅଭିଯୋଗକାରୀ ଟଙ୍କା ତଥ୍ୟ କାହିଁକି ଲୁଚାଇଲେ ? ଅଭିଯୋଗକାରୀ ଏତେ ଟଙ୍କାର ନଗଦ ରାଶି ଘରେ କାହିଁକି ରଖିଥିଲେ ? ଘରୁ ଚୋରି ହୋଇଥିବା ଟଙ୍କା କଳା ଟଙ୍କା ନୁହେଁ ତ ? ଏ ସବୁ ଦିଗ ଉପରେ ପୋଲିସ ତଦନ୍ତ କରିବ କି?

Loot Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ