Advertisment

ଅଫିସରୁ ଘରକୁ ଫେରୁଥିଲେ ମହିଳା ଫାଇନାନ୍ସ କର୍ମଚାରୀ, ଗାଡ଼ି ଅଟକାଇ ହାଣି ପକାଇଲେ..

ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ  ମହିଳାଙ୍କୁ ଆକ୍ରମଣ କରିଥିଲେ।

ଅଦ୍ୟତନ ହୋଇଛି
Deogarh Lady Finance Worker Death

Police recovers lady finance worker’s dead body after suspicious death in Deogarh

Advertisment

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ। ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା କର୍ମଚାରୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁ ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲା ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ରୀତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅଫିସରୁ କାମ ସାରି ରୀତା ସ୍କୁଟିରେ ଭିତିରିଆ ସାହି ଠାରେ ଥିବା ଭଡ଼ା ଘରକୁ ବାହାରିଥିଲେ। ଏହି ସମୟରେ ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ ରୀତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥରରେ ଛେଚି ହତ୍ୟା କରିବା ପରେ ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

ଅଫିସ ସାମ୍ନାରେ ଏହି ଘଟଣା ଘଟି ଥିବାରୁ ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସିଥିଲେ। ପୋଲିସ୍‌କୁ ଖବର ଦେବା ସହ ରୀତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରୀତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ