Advertisment

ମୋ ସ୍ୱାମୀକୁ ଉଠାଇ ନେଇ ମାରିଦେଲେ: ହାଇଦର୍‌ର ସ୍ତ୍ରୀ

ପୋଲିସର ଓ୍ୱାର୍ଣ୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା। ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା ବୋଲି କହିଛନ୍ତି ପୋଲିସ କମିଶନର।

ଅଦ୍ୟତନ ହୋଇଛି
ମୋ ସ୍ୱାମୀକୁ ଉଠାଇ ନେଇ ମାରିଦେଲେ: ହାଇଦର୍‌ର ସ୍ତ୍ରୀ

Hyder Wife

Advertisment

ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର ପୋଲିସକୁ ପୁଣି ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ ବେଳେ ପୋଲିସ ଗୁଳିରେ ନିହତ ସେକ୍ ହାଇଦର ଚୌଦ୍ୱାର ଜେଲ୍‌ରେ କଡ଼ା ସୁରକ୍ଷାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ତା ସୁରକ୍ଷା ଦାୟିତ୍ୱରେ ଥିଲେ ଜଣେ ଇନସପେକ୍ଟର, ଜଣେ ସବ ଇନସପେକ୍ଟର ଓ ଗୋଟିଏ ସେକ୍ସନ ସଶସ୍ତ୍ର ବଳ। ସମୟ ଅପରାହ୍ଣ ୩ଟା ୨୦ମିନିଟ୍। ହାଇଦରକୁ ନେଇ ଯାଉଥିବା ଭ୍ୟାନ୍ ଠିକ୍ ବାଲେଶ୍ୱର ସିମୁଳିଆ ନିକଟରେ ପହଞ୍ଚିବା ପରେ ପରିସ୍ରା ଯିବାର ବାହାନା କରିଥିଲା ହାଇଦର ପୋଲିସ୍।

Advertisment

କମିଶନରଙ୍କ ସୂଚନା ଅନୁସାରେ ଗାଡ଼ିରୁ ଓହ୍ଲାଇବା ବେଳେ ସୁରକ୍ଷାକର୍ମୀଙ୍କଠାରୁ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରିଥିଲା। ସେ ପୋଲିସକୁ ଚକମା ଦେଇ ଖସିଯିବା ବେଳେ ତାକୁ ଚେତାବନୀ ଦେଇଥିଲେ ସୁରକ୍ଷାକର୍ମୀ। ହେଲେ ମାନିନଥିଲା ହାଇଦର। ତେଣୁ ବାଧ୍ୟ ହୋଇ ପୋଲିସ୍ ଗୁଳି କରିଥିଲା ବୋଲି କହିଛନ୍ତି ପୋଲିସ କମିଶନର।

ପୋଲିସର ଓ୍ୱାର୍ଣ୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା। ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା ବୋଲି କହିଛନ୍ତି ପୋଲିସ କମିଶନର। ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇପଡ଼ିବାରୁ ତାକୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 

Advertisment

ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ ଗ୍ୟାଙ୍ଗଷ୍ଟର ହାଇଦର ଗାଁରେ ପୋଲିସ ମୁତୟନ କରାଯାଇଛି। କେନ୍ଦ୍ରାପଡ଼ା ସହରର ସମ୍ବେଦନଶୀଳ ଛକରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। କିଛି ଅଘଟଣ ଆଶଙ୍କାରେ ପୋଲିସ ମୁତୟନ ହୋଇଥିବା ସୂଚନା ମିଳିଛି। ହାଇଦରର ମୃତ୍ୟୁ ନେଇ ପତ୍ନୀ କହିଛନ୍ତି ଯେ
ମୋ ସ୍ୱାମୀକୁ ଉଠାଇ ନେଇ ମାରିଦେଲେ। ମୃତ୍ୟୁ ଖବର ଟିଭିରୁ ଜାଣିଲି, ଆମକୁ ପୋଲିସ କିଛି କହିନି। ମୋ ସ୍ୱାମୀ ଖସିଯିବା ପରି ଲୋକ ନୁହେଁ। ପୋଲିସ୍ ତାକୁ ଡ୍ରେସ୍ ପିନ୍ଧେଇକି ନେଇକି ରାସ୍ତାରେ ମାରିଛି। ମୁଁ ସବୁବେଳେ ଚାହୁଁଥିଲି, ସେ ପୋଲିସ୍ ପାଖରେ ରୁହନ୍ତୁ। ବାହାରକୁ ଆସିଲେ ଅସୁବିଧା କରୁଥିଲେ। ତା ମୃତ୍ୟୁ ପାଇଁ ନବୀନ ସରକାର ଦାୟୀ। ତା ମରିବା ଖବର ଟିଭିରୁ ଦେଖିଲି।

Advertisment

ଏହାପୂର୍ବରୁ ଗତ ଏପ୍ରିଲ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ କଟକ ବଡ଼ ମେଡିକାଲରୁ ଫେରାର ମାରିଥିଲା ଗ୍ୟାଙ୍ଗଷ୍ଟର ହାଇଦର। ତା ସୁରକ୍ଷା ଦାୟିତ୍ୱରେ ଥିବା ୬ ପୋଲିସ୍ କର୍ମଚାରୀଙ୍କୁ ଟ୍ରାପ୍ କରି ଖସିଯିବାରେ ସଫଳ ହୋଇଥିଲା। ଯାହାକୁ ନେଇ ପୁରା ରାଜ୍ୟରେ ଚହଳ ସୃଷ୍ଟି ହେବା ସହ କମିଶନରେଟ୍ ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା। ତେବେ ୬ ଦିନର ନନଷ୍ଟପ୍ ଛାନଭିନ୍ ପରେ ହାଇଦରକୁ ତେଲେଙ୍ଗାନାରୁ ଧରିବାରେ ସଫଳ ହୋଇଥିବା କମିଶନରେଟ୍ ପୋଲିସ ଟିମ୍ ଏହା ପରଠୁ କଟକ ଚୌଦ୍ୱାର ଜେଲରେ ହାଇଦର ରହୁଥିଲା।

Odisha News Odisha Police Choudwar Jail Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ