People Protest
କୋରାପୁଟ ବୈପାରୀଗୁଡ଼ାରେ ପୋଲିସ୍ ଏନକାଉଣ୍ଟରରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ । ସାଧାରଣ ଲୋକଙ୍କୁ ମାଓବାଦୀ ଦର୍ଶାଇ ପୋଲିସ୍ ଏନକାଉଣ୍ଟର କରିଥିବା ଅଭିଯୋଗ କରି ଲୋକେ ରାସ୍ତା ଅବରୋଧ କରିଛନ୍ତି । ଆଜି NH-୩୨୬ ମାଲକାନଗିରି କଟାମେଟା ଛକରେ ରାସ୍ତା ଅବରୋଧ କରିଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ଏନକାଉଣ୍ଟର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଲକାନଗିରି ସର୍ଗିଗୁଡ଼ା ଗାଁର ଧନ କୁମାର । ସେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିଲେ । ଗଞ୍ଜେଇ ବ୍ୟବସାୟ କରୁଥିବା ମାଫିଆଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଥିଲେ ।
ପୋଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ । ତୁରନ୍ତ ଘଟଣାର ତଦନ୍ତ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୋଲିସ୍ କିମ୍ବା ସୁରକ୍ଷାବଳର ପ୍ରତିକ୍ରିୟା ମିଳିପାରିନି । ଗତ ୧୦ ତାରିଖ ରାତିରେ ବୈପାରୀଗୁଡ଼ା ଥାନା ରାମଗିରି ଜଙ୍ଗଲରେ ମାଓ-ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା । ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ମେଳି କରିଥିବା ଖବର ପାଇ ଏସଓଜି ଓ ବିଏସଏଫ୍ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଏଥିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁରକ୍ଷାକର୍ମୀ ଦର୍ଶାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668343788.jpg)