Advertisment

କଳିମଞ୍ଜି ପୋତିଥିବା ରାଜାର ୩ ଦୋକାନକୁ ମାଟିରେ ମିଶାଇଲା ପୋଲିସ

ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍‌ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି।

ଅଦ୍ୟତନ ହୋଇଛି
କଳିମଞ୍ଜି ପୋତିଥିବା ରାଜାର ୩ ଦୋକାନକୁ ମାଟିରେ ମିଶାଇଲା ପୋଲିସ

BBSR attack

Advertisment

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ୩ ଜଣଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଗୋଡାଇ ଗୋଡାଇ ହାଣିବା ଘଟଣାରେ ପୋଲିସର ତନାଘନା ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି କଳିମଞ୍ଜି ପୋତିଥିବା ଉଠା ଦୋକାନକୁ ମାଟିରେ ମିଶାଇଛି। ବିବାଦୀୟ ଭାବେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ୩ ଦୋକାନ ଭଙ୍ଗାଯାଇଛି। ମୁଖ୍ୟ ଅଭିଯୁକ୍ତ ରାଜା ବେହେରାର ୩ଟି ଦୋକାନକୁ  କ୍ରେନ ଲଗାଇ ଦୋକାନରୁ ମୂଳରୁ ଓପାଡ଼ି ନେଇଛି ରାଜଧାନୀ ପୋଲିସ। ଗତକାଲି(ସୋମବାର) ଦିନ ୨ଟା ବେଳେ ଜନଗହଳୀପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ହଠାତ୍‌ ୧୨ ଜଣ ଯୁବକ ଖଣ୍ଡା ଓ ଲୁହା ରଡ୍‌ ଧରି ଆସିଥିଲେ। ସେମାନେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

Advertisment

ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ଖବର ପାଇ କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେମାନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ତେବେ ଏଠି ପ୍ରଶ୍ନ ଉଠୁଛି- ୨୦ ମିଟର୍ ଦୂର ଆଉଟ୍‌ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି। ସେଇଠୁ କିଛି ଦୂରରେ ଆରପିଏଫ୍, ଜିଆରପି ସହ ଖାରବେଳନଗର ଏବଂ କ୍ୟାପିଟାଲ୍ ଥାନା ବି ଅଛି। ତଥାପି କେହି ଟେର୍ ପାଇଲେନି କେମିତି? ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। 
ଉଠା ଦୋକାନକୁ ନେଇ ଝମେଲାରୁ ହାଣକାଟ ହୋଇଥିବା ଜଣାପଡ଼ିଛି। 

Advertisment

ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା। ଦିନ ଦୁଇ ପ୍ରହରର ରାସ୍ତା ଉପରେ ଜଣେ ମିଠା ଦୋକାନୀକୁ ଗୋଡେଇ ଗୋଡେଇ ହାଣିଥିଲେ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ସମ୍ପୃକ୍ତ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଥିଲା।

Odisha News Odisha Police Commissionerate Police Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ