Advertisment

ଗାଡ଼ି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ; ପୋଲିସକୁ କଲେ ଛୁରାମାଡ଼

ଭୁବନେଶ୍ବରରେ ପୋଲିସକୁ ଛୁରାମାଡ଼ । ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଛରାମାଡ଼ ।

ଅଦ୍ୟତନ ହୋଇଛି
Police Constable Stabbed in Bhubaneswar

Police Constable Stabbed in Bhubaneswar

Advertisment

ଗାଡି ହର୍ଣ୍ଣ ମାରିବାକୁ ନେଇ ଗଣ୍ଡଗୋଳରୁ ଛୁରାମାଡ଼। ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ମଧ୍ୟ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। 

Advertisment

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଶ୍ରୀରାମନଗରଠାରେ ୪ ଯୁବକ ବସିଥିଲେ। ଏତିକିବେଳେ ଏକ ବାଇକରେ ଦୁଇ ଯୁବକ ଆସି ହର୍ଣ୍ଣ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ପରେ ଛୁରାମଡ଼ ହୋଇଥିଲା। ଖବର ପାଇ ପୋଲିସ କାବୁ କରିବା ପାଇଁ ଆସିଥିବା ବେଳେ ଜଣେ କନଷ୍ଟେବଳଙ୍କୁ ବି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଖବର ପାଇ ତୁରନ୍ତ ପିସିଆର ଭ୍ୟାନ୍‌ ଶ୍ରୀରାମନଗରରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି ହିତାହିତ ଜ୍ଞାନ ଭୁଲି ବସିଥିବା ଯୁବକଜଣକ ଜଣେ ପୋଲିସ କନଷ୍ଟେବଳଙ୍କୁ ମଧ୍ୟ ଛୁରା ମାଡ଼ କରିବାକୁ ପଛାଇ ନ ଥିଲେ ।

Advertisment

ଉଭୟ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସିତ ହୋଇ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରି ରାଗରେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ଏପରି କାଣ୍ଡ ଭିଆଇଥିବା ମଞ୍ଚେଶ୍ୱର ଥାନାଧିକାରୀ କହିଛନ୍ତି।

Police Stabbed Police Constable
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ