Advertisment

ରିଲ୍‌ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍; ଥାନାରେ ରୁଜୁ ହେଲା ମାମଲା...

ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗଙ୍କୁ ପରିହାସ ! ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଅଦ୍ୟତନ ହୋଇଛି
police complaint against yuvraj

police complaint against yuvraj

Advertisment

ରିଲ୍‌ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍ । ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗଙ୍କୁ ପରିହାସ । ଥାନାରେ ରୁଜୁ ହେଲା ମାମଲା  । ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ଦିବ୍ୟାଙ୍ଗଙ୍କୁ ପରିହାସ କରିବା ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ପାଇଁ ମହଙ୍ଗା ପଡ଼ିଛି । ଏମାନଙ୍କ ସହ କ୍ରିକେଟର୍ ଗୁରକୀରଟ ସିଂହ ମାନ୍‌ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ସେହିଭଳି ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାନସୀ ଯୋଶୀ ସମସ୍ତଙ୍କୁ ଏହି ସ‌ମ୍ବେଦନ ହୀନ କାର୍ଯ୍ୟ ପାଇଁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭୟଙ୍କର ରୋଗରେ ପୀଡ଼ିତ କପିଳ ଦେବଙ୍କ ସାଙ୍ଗ, ସାହାଯ୍ୟ ପାଇଁ କଲେ ଗୁହାରୀ

ଏଜ୍‌ବାଷ୍ଟନ୍‌ରେ ପାକିସ୍ତାନକୁ ହରାଇ ଭାରତୀୟ ଟିମ୍‌ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ଅଫ୍‌ ଲିଜେଣ୍ଡ୍‌ସରେ ବିଜେତା ହୋଇଥିଲା। ଏହି ବିଜୟ ପରେ ହରଭଜନ ସାଥୀ ଖେଳାଳିମାନଙ୍କୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ରିଲ୍‌ ପୋଷ୍ଟ୍‌ କରିଥିଲେ। ୧୫ ଦିନ ଧରି ଚାଲିଥିବା ଲିଜେଣ୍ଡ୍‌ସ କ୍ରିକେଟ୍‌ ପରେ ସେମାନେ ଥକି ପଡ଼ିଥିବା ଦର୍ଶାଇ ରିଲ୍‌ କରିଥିଲେ । ୧୫ ଦିନର ଲିଜେଣ୍ଡ୍‌ସ କ୍ରିକେଟ୍‌ରେ ଶରୀରର ‘ତୌବା ତୌବା’ ହୋଇଗଲା ବୋଲି ଦର୍ଶାଇଥିଲେ । ଶରୀରର ପ୍ରତ୍ୟେକ ଅଂଶ ଏବେ ଯନ୍ତ୍ରଣା ହେଉଛି ବୋଲି ହରଭଜନ କହୁଥିଲା ବେଳେ ରିଲ୍ସରେ ‘ତୌବା ତୌବା’ ଗୀତର ଅସଲି ଗାୟକ ଓ ଅଭିନେତା କରଣ ଔଜଲା ଓ ଭିକି କୌଶଲଙ୍କୁ ଟ୍ୟାଗ୍‌ କରିଥିଲେ।

Advertisment

ଭିଡିଓରେ ହରଭଜନଙ୍କ ସହ ଯୁବରାଜ, ରାଇନା, ଗୁରକୀରଟ ସିଂହ ମାନ୍‌ ଛୋଟେଇ ଛୋଟେଇ ଗୋଟିଏ ରୁମ୍‌ ଭିତରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ସେମାନଙ୍କ ଅଙ୍ଗଭଙ୍ଗୀକୁ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାନସୀ ନାପସନ୍ଦ କରିଛନ୍ତି। ଯେଉଁମାନେ ଶାରୀରିକ ଭାବେ ଭିନ୍ନକ୍ଷମ, ସେମାନଙ୍କୁ ଏହି କ୍ରିକେଟର୍‌ମାନେ ପରିହାସ କରୁଥିବା ସେ ଅଭିଯୋଗ କରିଛନ୍ତି। ଏଥିସହିତ ଏଭଳି ବ୍ୟକ୍ତିଙ୍କଠାରୁ ସେ ଅଧିକ ଦାୟିତ୍ବସମ୍ପନ୍ନ ହେବା ପାଇଁ ଆଶା ରଖିଛନ୍ତି। ଏଭଳି ବ୍ୟବହାର ଦ୍ବାରା ସେହି ବର୍ଗଙ୍କୁ ଅନେକ ମାତ୍ରାରେ ଆଘାତ ଲାଗିବ। 

Advertisment

ଆହୁରି କହିଛନ୍ତି, ଏହି ଭିଡିଓ ଦ୍ବାରା ଲୋକମାନେ ଆପଣଙ୍କୁ କେତେ ସମ୍ମାନ ଜଣାଇବେ ? ଏହାଦ୍ବାରା ଲୋକମାନେ ଦିବ୍ୟାଙ୍ଗମାନଙ୍କ ପ୍ରତି ଥଟ୍ଟା, ପରିହାସ କରିବା ଆରମ୍ଭ କରିବେ । ଅନେକ ଛୋଟ ପିଲାମାନେ ଏହି ରିଲ୍‌ ଦେଖିବା ପରେ ତୁମକୁ ଗାଳିଗୁଲଜ କରିବା ଆରମ୍ଭ କରିବେ। 

ତେବେ ଏଭଳି ଘଟଣା ଘଟିବା ପରେ ହରଭଜନ ଭୁଲ୍‌ ମାଗିବା ସହ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରୁ ଭିଡିଓଟିକୁ ଡିଲିଟ୍‌ କରିଦେଇଛନ୍ତି । ଡିଲିଟ୍‌ କରିବା ସହ ହରଭଜନ କହିଛନ୍ତି ଆମେ କାହାକୁ ଆଘାତ ଦେବା ପାଇଁ ଏପରି କରିନାହୁଁ । ଆମେ ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ସମ୍ମାନ ଦେଉ । ୧୫ ଦିନ ଧରି ଚାଲିଥିବା ଲିଜେଣ୍ଡ୍‌ସ କ୍ରିକେଟ୍‌ ପରେ ଆମେମାନେ କେମିତି ଥକି ପଡ଼ିଥିଲୁ ତାହା ଦେଖାଇଥିଲୁ କାହା ମନରେ କଷ୍ଟ ଦେବା ଆମ ଉଦ୍ଦେଶ୍ୟ ନଥିଲା । ଯଦି ଏପରି କରିବା ଦ୍ବାରା କାହା ମନରେ କଷ୍ଟ ଦେଇଥାଏ ତେବେ କ୍ଷମା କରିବେ । 

Yuvraj Singh Suresh Raina Police Complaint Harbhajan Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ