Advertisment

ଧୋକାବାଜ ସ୍ୱାମୀଙ୍କୁ ଧରାଇ ଦେଲା ମୋବାଇଲ୍‌

ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍‌ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ।

ଅଦ୍ୟତନ ହୋଇଛି
Crime in Odisha

Police Caught A Man After 5 Years

Advertisment

ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍‌ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ। ବହୁ ଖୋଜାଖୋଜି ପରେ କୌଣସି ସୁଫଳ ନ ମିଳିବାରୁ ପୋଲିସ୍‌ ମୋବାଇଲ୍‌ ଟ୍ରାକ୍‌ କରି ୫ ବର୍ଷ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଛନ୍ତି। ଘଟଣାକ୍ରମ ପୁରା ଫିଲ୍ମର କାହାଣୀ ଭଳି ଲାଗୁଥିବା ବେଳେ ରିୟଲ ଲାଇଫ୍‌ରେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା। ସମ୍ପୃକ୍ତ ବ୍ୟକ୍ତି ୨ଟି ବିବାହ କରି ଫେରାର ଥିଲେ। ବହୁ ଖୋଜାଖୋଜି ପରେ କୌଣସି ପତ୍ତା ନମିଳିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ହେଲେ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ପୋଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଧରିଛି। 

Advertisment

ଅଧିକ ପଢ଼ନ୍ତୁ:ପ୍ଲାସ ଧରି ମାଡି ଆସିଲେ ମହିଳା ମ୍ୟାନେଜର, ଛୁରୀ ଫିଙ୍ଗି ଧାଇଁଲା ଦୁର୍ବୃତ୍ତ

ସୂଚନା ଅନୁସାରେ, ସଞ୍ଜୟ ପ୍ରଧାନ ୨୦୧୫ ମସିହାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ପ୍ରଥମ ବିବାହ କରିଥିଲେ। ପରେ ଭୁବନେଶ୍ୱର ସହିଦ ନଗରରେ ଜଣେ ଯୁବତୀଙ୍କୁ ଭଲ ପାଇ ଦ୍ୱିତୀୟ ବିବାହ କରିଥିଲେ। କିଛିଦିନ ତାଙ୍କ ସହ ରହିବା ପରେ ସଞ୍ଜୟ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ଦୀର୍ଘ ୫ ବର୍ଷ ହେଲା ତାଙ୍କର କୌଣସି ଖୋଜଖବର ମିଳିପାରୁ ନଥିଲା। ଏପରିକି ସେ ନିଖୋଜ ଥିବା ନେଇ ଆଠଗଡ ଥାନାରେ ସଞ୍ଜୟଙ୍କ ବାପା ଅଭିଯୋଗ କରିଥିଲେ। 

Advertisment

ଏହାସହ ଦ୍ୱିତୀୟ ପତ୍ନୀଙ୍କ ବାପ ଘର ଲୋକେ ସଞ୍ଜୟଙ୍କୁ ହତ୍ୟା କରି ଦେଇଥିବା ନେଇ ମଧ୍ୟ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ। ୫ ବର୍ଷ ଧରି ପୋଲିସ୍‌ ଖୋଜୁଥିବାବେଳେ ମୋବାଇଲ ଟ୍ରାକ୍‌ କରି ସହିନଗର ପୋଲିସ୍‌ ତାଙ୍କୁ ଧରିଛି। ଧରାପଡ଼ିବା ପରେ ଆଠଗଡ ପୋଲିସ ସଞ୍ଜୟ ଓ ତାଙ୍କ ବାପା ମନିଆ ପ୍ରଧାନଙ୍କୁ ଡାକି ଥାନାରେ ପଚରାଉଚରା କରିଛି। 

Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ