Advertisment

ଚୋରି କରି ଜଙ୍ଗଲରେ ଲୁଚାଇ ରଖିଥିଲେ ଗାଡ଼ି, ଶେଷରେ ଏମିତି ହେଲା ପରିସ୍ଥିତି...

ଗାଡ଼ିକୁ ହଡପ ପାଇଁ ରଚିଥିଲେ ମିଛ ଡକାୟତି। ହେଲେ ପରିସ୍ଥିତି ଏମିତି ହେଲା ଯେ, ନିଜେ ହିଁ ସବୁକିଛି ସତ ମାନିଲେ।

ଅଦ୍ୟତନ ହୋଇଛି
Police Arrests A Man From Ganjam In Loot Case

Police Arrests A Man From Ganjam In Loot Case

Advertisment

ପୁଣି ମାଲିକର ବିଶ୍ୱାସରେ ବିଷ ଦେଲା ଡ୍ରାଇଭର। ଗାଡ଼ିକୁ ହଡପ ପାଇଁ ରଚିଥିଲେ ମିଛ ଡକାୟତି। ହେଲେ ପରିସ୍ଥିତି ଏମିତି ହେଲା ଯେ, ନିଜେ ହିଁ ସବୁକିଛି ସତ ମାନିଲେ। ତଦନ୍ତ କରି ଖଲ୍ଲିକୋଟ ପୋଲିସ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି। ଗଞ୍ଜାମ ଜିଲ୍ଲାରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ପାଟପୁର ଥାନା ଅନ୍ତର୍ଗତ ମଣିଦେଇ ପେଣ୍ଠ ଗାଁର କାହ୍ନୁ କୁମାର ଚୌଧୁରୀ ବିହାରର ଜଣେ ବ୍ୟକ୍ତିଙ୍କ ପିକ୍‌ଅପ୍‌ ଭ୍ୟାନ୍‌ ଚଲାଉଥିଲେ। ଗତ ୨୮ ତାରିଖରେ କୌଣସି ଏକ ଭଡ଼ାରେ ଗାଡ଼ି ନେଇ କାହ୍ନୁ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରରୁ ଭଡ଼ା ଟଙ୍କା ଧରି ୨୯ ତାରିଖରେ ସେ ପାଟପୁର ଥାନା ଅନ୍ତର୍ଗତ ନିଜ ଗାଁକୁ ଚାଲି ଯାଇଥିଲେ। ତାଙ୍କୁ ମାଡ଼ ମାରି ଦୁର୍ବୃତ୍ତମାନେ ଗାଡ଼ି ହଡ଼ପ କରିଥିବା ନେଇ କାହ୍ନୁ ଗାଡ଼ି ମାଲିକଙ୍କୁ ଜଣାଇଥିଲେ। 

ମାଲିକଙ୍କୁ କାହ୍ନୁ କହିଥିଲେ ଯେ, ଗାଡ଼ି ଧରି ଭୁବନେଶ୍ୱର ଫେରୁଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟିରେ ଦୁର୍ବୁତ୍ତମାନେ ତାଙ୍କୁ ମାଡ଼ ମାରି ଆହତ କରିଥିଲେ। ଏହାପରେ ଗାଡ଼ି ଛଡ଼ାଇ ବ୍ରହ୍ମପୁର ପଳାଇଥିଲେ। ଏପରିକି ଦୁର୍ବୁତ୍ତମାନେ ତାଙ୍କର ଫୋନ୍‌ ଓ ଡିଏଲ୍‌ ଛଡ଼ାଇ ନେଇଥିବା କାହ୍ନୁ ମାଲିକଙ୍କୁ କହିଥିଲେ। ଏନେଇ ଗାଡ଼ି ମାଲିକ  ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

Advertisment

ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗାଡ଼ି ଲୁଟ୍‌ ହେବାର ୨୪ ଘଣ୍ଟାରୁ ଅଧିକ ସମୟ ପରେ ଥାନାରେ ଅଭିଯୋଗ କରି ଥିବାରୁ ପୋଲିସ ଡ୍ରାଇଭର କାହ୍ନୁଙ୍କୁ ହିଁ ସନ୍ଦେହ କରିଥିଲେ। ପୋଲିସ୍‌ ଜେରା କରିବା ପରେ ଶେଷରେ ସେ ସବୁ ସତ ମାନିଥିଲେ। ନିଜେ ଅଭିଯୋଗକାରୀ ହିଁ ଲୁଟେରା ବୋଲି ପରେ ଜଣାପଡ଼ିଥିଲା। ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି କରିଥିବା କାହ୍ନୁ କହିଛନ୍ତି। ସେ ଲୁଚାଇ ରଖିଥିବା ନାରାୟଣୀ ଜଙ୍ଗଲରୁ ପିକ୍‌ଅପ୍‌ ଭ୍ୟାନ୍‌କୁ ଆଣି ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟପକ୍ଷେ, ପୋଲିସ୍‌ ଡ୍ରାଇଭର କାହ୍ନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଥାଉ କି, କିଛିଦିନ ପୂର୍ବେ ଜଣେ ଡ୍ରାଇଭରଙ୍କୁ ନଦୀକୁ ଠେଲି ଦୁର୍ବୃତ୍ତମାନେ ଟ୍ରକ୍‌ ଚୋରି କରିଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍‌ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ। ଏହି ଘଟଣାରେ ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 

Advertisment

(ରିପୋର୍ଟ-ସିଲୁ ବିଶ୍ୱାଳ, ଖଲ୍ଲିକୋଟ)

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ