Advertisment

ପ୍ରେମିକ ସାଜିଥିଲା ବଇରି: ହତ୍ୟା କରି ଜଙ୍ଗଲରେ ଲୁଚିଥିଲା !

ପ୍ରଥମେ କୋଲକାତା ଓ ପରେ ନୟାଗଡ଼ ଜଙ୍ଗଲରେ ଲୁଚିଥିଲା। ସେଠୁ କନ୍ଧମାଳ ଫେରାର ହେବା ବେଳେ କମିଶନରେଟ୍ ପୋଲିସ୍ ତାକୁ ଧରିଛି। ଫରିଦ୍ ଗତ ୨୦ ବର୍ଷ ତଳେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲା।

ଅଦ୍ୟତନ ହୋଇଛି
Accused of Sandhyarani Murder Case

Accused of Sandhyarani Murder Case

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ମହାବୀର ବସ୍ତିରେ ଯୁବତୀଙ୍କ ହତ୍ୟା ମାମଲାର ପର୍ଦାଫାସ ା ଅଭିଯୁକ୍ତ ପ୍ରେମିକ ସେଖ୍ ଫରିଦ୍ ଓରଫ୍ କାର୍ତ୍ତିକକୁ ଗିରଫ କରିଛି ପୋଲିସ। ଗତ ୭ ତାରିଖରେ ମହାବୀର ବସ୍ତିର ଏକ ବନ୍ଦ ଘରୁ ସଂଧ୍ୟାରାଣୀ ସେଠୀଙ୍କୁ ହତ୍ୟା କରାଯାଇଥିଲା। ବେକକୁ ଚିପି ହତ୍ୟା ପରେ ଅଭିଯୁକ୍ତ ଫରିଦ୍ ଫେରାର ହୋଇଯାଇଥିଲା। କମିଶନରେଟ୍ ପୋଲିସ୍ ଫରିଦକୁ ଗିରଫ କରିବା ପରେ ପୁରା ଘଟଣା ଉପରେ ପରଦା ହଟିଛି।

Advertisment

ପ୍ରଥମେ କୋଲକାତା ଓ ପରେ ନୟାଗଡ଼ ଜଙ୍ଗଲରେ ଲୁଚିଥିଲା। ସେଠୁ କନ୍ଧମାଳ ଫେରାର ହେବା ବେଳେ କମିଶନରେଟ୍ ପୋଲିସ୍ ତାକୁ ଧରିଛି। ଫରିଦ୍ ଗତ ୨୦ ବର୍ଷ ତଳେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲା। 

ପରିଚୟ ବଦଳାଇ ରାଜମିସ୍ତ୍ରୀ ଭାବେ କାମ କରୁଥିଲା। କଟକରେ ସ୍ତ୍ରୀ ଓ ନିଜ ପରିବାର ସହ ରହିବା ବେଳେ ସଂଧ୍ୟାଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା।ଅନୈତିକ ସମ୍ପର୍କ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି। 

Advertisment
Murder Odisha Accused
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ