Advertisment

ଆଖି ଆଗରେ ପୋଲିସ ନେଇଗଲେ ୨୦ ବର୍ଷର ଅର୍ଜିତ କଳା ଟଙ୍କା

ଘରୁ ବାହାରୁଛି ବିଡା ବିଡା ଟଙ୍କ।। ପୋଲିସ କର୍ମଚାରୀ ମଧ୍ୟ ଦେଖିକି ତାଜୁବ

ଅଦ୍ୟତନ ହୋଇଛି
ଗଞ୍ଜେଇ ବ୍ୟବସାୟୀ ଅଭିଯୁକ୍ତ ନାରାୟଣ ପତି

ଗଞ୍ଜେଇ ବ୍ୟବସାୟୀ ଅଭିଯୁକ୍ତ ନାରାୟଣ ପତି

Advertisment

କଟକ: ଆଳୁ ଖୋଳୁ ଖୋଳୁ ମହାଦେବ। ଚୋରା ଗଞ୍ଜେଇ ବିକ୍ରି କରି ରଖିଥିଲା ଲକ୍ଷ ଲକ୍ଷ ଟଙ୍କ।। କେହି ଜାଣି ଦେବେ ବୋଲି ଏମିତିକି ବ୍ୟାଙ୍କରେ ନ ରଖି ଘରେ ରଖୁଥିଲା ଟଙ୍କ।। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚୋରା ଗଞ୍ଜେଇ ଚାଲାଣ କରି ରୋଜଗାର କରିଥିଲା ପୁଳା ପୁଳା ଟଙ୍କା। ବାଦାମବାଡି ପୋଲିସ ହାତରେ ଧରାପଡିଛି ଗଞ୍ଜେଇ ବ୍ୟବସାୟୀ ଅଭିଯୁକ୍ତ ନାରାୟଣ ପତି। ତା ନିକଟରୁ ପୋଲିସ ନଗଦ ୭୫ ଲକ୍ଷ ଟଙ୍କ। ଜବତ କରିଥିବାବେଳେ ସୁନା ଅଳଙ୍କ।ର ସହ ୨୦ କେଜି ଗଞ୍ଜେଇ ଜବତ କରିଛି।

Advertisment

ଘରୁ ବାହାରୁଛି ବିଡା ବିଡା ଟଙ୍କ।। ପୋଲିସ କର୍ମଚାରୀ ମଧ୍ୟ ଦେଖିକି ତାଜୁବ। ଯେତେ ଗଣିଲେ ବି ସରୁନି ଟଙ୍କ।। କଟକ ବାଦାମବାଡି ଥାନା ପୋଲିସ ଦ୍ୱାରା ଗଞ୍ଜେଇ ବିକ୍ରି ଅଭିଯୋଗରେ ଗିରଫ ହୋଇଛି ଅଭିଯୁକ୍ତ ନାରାୟଣ ପତି। ଆଉ ଏ ହେଉଛି ତା ଘର ସର୍ଚ୍ଚ ସମୟର ଦୃଶ୍ୟ। ଗିରଫ ପରେ ତା ଘର ସର୍ଚ୍ଚ କରିଥିଲା ପୋଲିସ। ଆଉ ତା ଘରୁ ମିଳିଛି ନଗଦ ୭୫ ଲକ୍ଷ ଟଙ୍କା ସୁନା ଅଳଙ୍କ।ର ସହ ୨୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ। ଏହି ଘଟଣାରେ ନାରାୟଣ ସହ ଅବକାଶ ସ୍ୱାଇଁ ନାମକ ଆଉ ଏକ ଅଭିଯୁକ୍ତକୁ ମଧ୍ୟ ପୋଲିସ ଗିରଫ କରିଛି। 

ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନାରାୟଣ ଗଞ୍ଜେଇ ବେପାର କରୁଥିଲା। କଟକ ସହର ସହ ଆଖପାଖ ସ୍ଥାନକୁ ମଧ୍ୟ ଗଞ୍ଜେଇ ପଠାଉଥିଲା। ତେବେ କେହି ସନ୍ଦେହ ନ କରିବେ ବୋଲି ଅତି ଚତୁରତାର ସହ ବାଇକ୍ ଯୋଗେ ଯାଇ ଯୋଗାଉଥିଲା। ସିଗାରେଟ କିଣି ସିଗାରେଟ ଭିତରେ ଗଞ୍ଜେଇ ପୁରାଇ ଏହି ବେଆଇନ କାରବାର ଚଳାଉଥିଲା। ଆଉ ଏଥିରେ ପୁରା ସହଯୋଗ କରୁଥିଲେ ତା ପରିବାର। ନାରାୟଣର ଅନ୍ୟ କିଛି ରୋଜଗାର ନଥିବାରୁ ଏତେ ମୋଟା ଅଙ୍କର ଟଙ୍କ। ବ୍ୟାଙ୍କରେ ରଖିଲେ ସନ୍ଦେହ ହେବ ବୋଲି ଏମିତିକି ବ୍ୟାଙ୍କରେ ଟଙ୍କ। ରଖୁନଥିଲା। ଆଉ ପ୍ରତିଦିନ ବିକ୍ରି କରୁଥିବା ଟଙ୍କ।କୁ ସେ ଆଣି ଘରେ ରଖୁଥିଲା।

Advertisment

ସବୁବେଳେ ସେ ଅଳ୍ପ ପରିମାଣର ଗଞ୍ଜେଇ ନେଇ ବିକ୍ରି କରୁଥିଲା। କାହିଁକିନା ସେ ଜାଣିଥିଲା ଅଳ୍ପ ପରିମାଣରେ ଗଞ୍ଜେଇ ସହ ଧରାପଡିଲେ ଖୁବ ଶୀଘ୍ର ଜାମିନ୍ ମିଳିବ। ଆଉ ସେ ସେ ବାରମ୍ଭାର ଜେଲ ଯାଇ ମଧ୍ୟ ଜେଲରୁ ମୁକୁଳି ଯାଉଥିଲା। ତେବେ ମିଳିଥିବା ଟଙ୍କ। ସହ ତାର ଆର୍ଥିକ କାରବାର ବାବଦରେ ଇଡି ଏବଂ ଇନକମ ଟ୍ୟାକ୍ସ ବିଭାଗକୁ ତଦନ୍ତ ପାଇଁ ଅବଗତ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ଏହି ଘଟରାରେ ତାର ପରିବାର ସହ କିଛି ସମ୍ପର୍କୀୟଙ୍କ ମଧ୍ୟ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।

Odisha Police Ganja Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ