Advertisment

ମିଛ ସାର୍ଟିଫିକେଟ୍‌ରେ କରିଥିଲେ ସରକାରୀ ଚାକିରି, ବାନ୍ଧିଲା ପୋଲିସ

ବର୍ଷ ବର୍ଷ ଧରି ଜାଲ କାଗଜପତ୍ର ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ବାରମ୍ବାର ତଥ୍ୟ ପ୍ରଦାନ କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଇଓ ମାନଙ୍କୁ ତାଗିଦ କରି ଦରମା ବନ୍ଦ କରିବା ଭୟ ଦେଖାଇବା ପରେ ୪ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।

Fraud Teacher

Fraud Teacher

Advertisment

ବଲାଙ୍ଗିର: ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା l ନକଲି ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ବଲାଙ୍ଗିର ମୁରିବାହାଲ ବ୍ଳକ କୁର୍ଲୁବାହାଲ ୟୁପିଏସର କନିଷ୍ଠ ଶିକ୍ଷକ ବନ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୁରିବାହାଲ ପୋଲିସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ବନ ମହାନନ୍ଦଙ୍କୁ ତାଙ୍କ ନିଜ ଘର ବେଲପଡ଼ା ଥାନା କାନୁଟ ପଞ୍ଚାୟତ ମାଲପଡା ଗାଁରେ ଚଢ଼ାଉ କରି ମୁରିବାହାଲ ଥାନାର ଏସ.ଆଇ ରାଜେନ୍ଦ୍ର ବେହେରା ଓ ତାଙ୍କ ଟିମ - ବେଲପଡା ପୋଲିସ ସହାୟତାରେ ଗିରଫ କରିଥିଲେ।

Advertisment

ବର୍ଷ ବର୍ଷ ଧରି ଜାଲ କାଗଜପତ୍ର ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ବାରମ୍ବାର ତଥ୍ୟ ପ୍ରଦାନ କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଇଓ ମାନଙ୍କୁ ତାଗିଦ କରି ଦରମା ବନ୍ଦ କରିବା ଭୟ ଦେଖାଇବା ପରେ ୪ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।  ବିଇଓଙ୍କ ଏତଲା ଆଧାରରେ ମୁରିବାହାଲ ପୋଲିସ ବିଭିନ୍ନ ଦଫାରେ ସମ୍ପୃକ୍ତ ଶିକ୍ଷକମାନଙ୍କ ସାର୍ଟିଫିକେଟ ନେଇ ଯାଞ୍ଚ କରୁଥିଲା। ଜଣେ ନକଲି ଶିକ୍ଷକ ଗିରଫ ହୋଇ ଜେଲ ଯାଇଛନ୍ତି।

Teacher Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ