Advertisment

Niranjan Patnaik: ନିରଞ୍ଜନଙ୍କ ଘରୁ ଚୋରି: ଧରାପଡ଼ିଲା ହାଇପ୍ରୋଫାଇଲ୍ ଚୋର

ଆଜି ଚୋରକୁ ଟ୍ରାଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ଚୋରଟି ଆଉ କେଉଁଠି ଚୋରି କରିଛି, ଚୋରି ଜିନିଷ କେଉଁଠି ବିକ୍ରି କରିଛି,ସଂପୃକ୍ତ ଚୋରଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏନେଇ ପଚରାଉଚରା କରିବ ପୁଲିସ।

ଅଦ୍ୟତନ ହୋଇଛି
Niranjan patnaik

Niranjan patnaik

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ହାଇପ୍ରୋଫାଇଲ୍ ଚୋରକୁ ଧରିଛି ପୁଲିସ। ରାଜ୍ୟ ବାହାରୁ କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ବାଡ୍ ଚୋରକୁ ଗିରଫ କରିଛି। ଏଥିସହ ଚୋର ପାଖରୁ ଚୋରି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ନିରଞ୍ଜନଙ୍କ ଘର ସମେତ ଅନ୍ୟ ଜଣେ ବଡ଼ ବ୍ୟକ୍ତିଙ୍କ ଘରୁ ଚୋରି କରିଥିଲା ସଂପୃକ୍ତ ଚୋର।

Advertisment

ଆଜି ଚୋରକୁ ଟ୍ରାଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ଚୋରଟି ଆଉ କେଉଁଠି ଚୋରି କରିଛି, ଚୋରି ଜିନିଷ କେଉଁଠି ବିକ୍ରି କରିଛି,ସଂପୃକ୍ତ ଚୋରଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏନେଇ ପଚରାଉଚରା କରିବ ପୁଲିସ।

ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା। ଚୋରଟି ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା କ୍ୟାସ ଓ ୫୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ନେଇ ଚମ୍ପଟ ମାରିଥିଲା।

Advertisment

ଚୋରକୁ ଧରିବା ପାଇଁ କମିଶନରେଟ୍ ପୁଲିସର ୩ଟି ସ୍ପେଶାଲ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସିସିଟିଭିକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ ଯାଇଥିଲା। ରାଜ୍ୟ ବାହାରୁ ସ୍ପେଶାଲ ସ୍ୱତନ୍ତ୍ର ଟିମ୍ ଚୋରକୁ ଧରିବାରେ ସଫଳ ହୋଇଛି।

ତେବେ ଚୋରଟି ହାଇପ୍ରୋଫାଇଲ୍ ଥିଲା,  ଜିମ୍ ଯାଉଥିଲା ଓ ବିଶେଷ କରି କୋଟିପତିଙ୍କ ଘରୁ ଚୋରି କରୁଥିବା ସୂଚନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍, ୫୦ ଲକ୍ଷର ଗହଣା ଓ ନଗଦ ଟଙ୍କା ଧରି ଲୁଟେରା ଛୁ’

Odisha Police Congress Niranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ