Advertisment

ବନ୍ଧୁକ ଦେଖାଇ ଦାଦାଗିରି କରୁଥିଲେ, ମାଡ଼ି ବସିଲା ପୋଲିସ୍‌

ବାଲିଘାଟରେ ବନ୍ଧୁକ ଦେଖାଇ ଦାଦାଗିରି ବେଳେ ମାଡ଼ି ବସିଲା ପୋଲିସ୍‌। ବନ୍ଧୁକ ଓ କାର୍‌ ଜବତ କରି ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍‌ ଅଟକ ରଖିଛି।

ଅଦ୍ୟତନ ହୋଇଛି
Dhenkanal News

Police Arrest Youth Over Extortion Money In Dhenkanal

Advertisment

ବାଲିଘାଟରେ ବନ୍ଧୁକ ଦେଖାଇ ଦାଦାଗିରି ବେଳେ ମାଡ଼ି ବସିଲା ପୋଲିସ୍‌। ବନ୍ଧୁକ ଓ କାର୍‌ ଜବତ କରି ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍‌ ଅଟକ ରଖିଛି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓପୁଟସାହି ବାଲିଘାଟ ଅଞ୍ଚଳର ଏହି ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଦାଦାଗିରି ଚଳାଇଥିବାବେଳେ ପୋଲିସ୍‌ ହଠାତ୍‌ ଚଢାଉ କରିଥିଲା। ଅଟକ ଯୁବକ ଶ୍ରୀମୁଳା ଗାଁର ରଞ୍ଜନ କୁମାର ବେହେରା ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ବାଲିଘାଟ ନିଲାମ ନେଇଥିବା ପୁରୀ ଡେଲାଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ପୁରୁଣାରେକୁଳା ଗାଁରେ ରହୁଥିବା ନିଜ ଶ୍ୱଶୁରଙ୍କୁ ବାଲିଘାଟ ଚଳାଇବା ପାଇଁ ଦାୟିତ୍ୱ ଦେଇଥିଲେ। ଏହାର ସୁଯୋଗ ନେଇ ରଞ୍ଜନ ବାରମ୍ବାର ଦାଦାବଟି ମାଗିବା ସହ ଧମକ ଚମକ ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ଶେଷରେ ବନ୍ଧୁକ ଦେଖାଇ ବାଲିଘାଟରେ ଦାଦାବଟି ଅସୁଲ କରୁଥିବାବେଳେ  ତୁମୁସିଙ୍ଗା ପୋଲିସ୍‌ ରଞ୍ଜନଙ୍କୁ ମାଡ଼ି ବସିଥିଲା।

ରଞ୍ଜନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ କାର୍‌ ଜବତ ସହ ତାଙ୍କୁ ଅଟକ ରଖି ତୁମୁସିଙ୍ଗା ପୋଲିସ୍‌ ତଦନ୍ତ ଚଳାଇଛି।

Advertisment

(ରିପୋର୍ଟ- କାମାକ୍ଷାନଗର, ବିଦ୍ୟାଧର ବରାଳ)

Extortion Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ