• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ୍‌ ପଞ୍ଝାରେ ସିରିଏଲ୍‌ କିସ୍‌ର । ବିହାରର ଜମୁଇରେ ସିରିଏଲ କିସର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ରବିବାର ବିଳମ୍ବିତ ରାତିରେ ପୋଲିସ ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଏବଂ ଚାରିଜଣ ସହଯୋଗୀଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଦିନରେ ମହିଳାଙ୍କ ସହ ଅସଦାଚରଣ କରିବା ସହ ରାତିରେ ଚୋରି କରୁଥିବା ସୂଚନା ମିଳିଛି ।

ଗୁପ୍ତ ସୂଚନା ଆଧାରରେ ପୋଲିସ ମାହିସୋଢ଼ିରେ ରେଡ୍‌ କରିଥିଲା । ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ଏହି ରେଡ୍‌ କରିଥିଲା । ହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏଠାରେ ସିରିଏଲ କିସର ଗ୍ୟାଙ୍ଗର ନେତା ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲା । ଏହା ସହିତ ସିରିଏଲ୍‌ କିସରଙ୍କ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଏହି ଗ୍ୟାଙ୍ଗ(Serial Kisser Gang) ଅନେକ ଦିନ ଧରି ପୋଲିସ୍ ତଥା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ସିରିଏଲ କିସର ଗ୍ୟାଙ୍ଗର ମୁଖ୍ୟ ହେଲା ମୋହମ୍ମଦ ଅକ୍ରମ । ଏହି ଗ୍ୟାଙ୍ଗ ବିରୋଧରେ ଥାନାରେ ପୂର୍ବରୁ ଅନେକ ଥର ଅଭିଯୋଗ କରାଯାଇଛି । ଗିରଫ କରିବା ପରେ ବର୍ତ୍ତମାନ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ସେମାନଙ୍କଠାରୁ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଗ୍ୟାଙ୍ଗ ସହ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି ।

ପୋଲିସ ଅନୁସାରେ, ସିରିଏଲ କିସର୍‌ ଗ୍ୟାଙ୍ଗର ସଦସ୍ୟମାନେ ମହିଳାଙ୍କ ସହ ଅସହାଚରଣ କରୁଥିଲେ । ସୁଯୋଗ ପାଇବା ମାତ୍ରେ ସେମାନଙ୍କୁ ଚୁମ୍ବନ ଦେଇ ଖସି ଯାଉଥିଲା । ତା’ପରେ ସେମାନେ ରାତିରେ ଚୋରି ମଧ୍ୟ କରୁଥିଲେ । ଖୁବ୍ ଶୀଘ୍ର ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯିବ । ଆଉ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ପୂର୍ବରୁ ସିରିଏଲ କିସର ଗ୍ୟାଙ୍ଗର ନେତା ଜମୁଇ ସଦର ହସ୍ପିଟାଲ ପରିସରରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଜୋରଜବରଦସ୍ତି କିସ୍‌ କରିଥିଲା । ମହିଳାଙ୍କୁ ଏକୁଟିଆ ଫୋନ୍‌ରେ କଥା ହେଉଥିବା ଦେଖି ଜଣେ ସିରିଏଲ କିସର୍ ଦଉଡ଼ି ଆସି ଚୁମ୍ବନ ଦେଇ ପଳାଇ ଯାଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।