Police Arrest Child's Father, Maternal Grandmother
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗ ସାମ୍ନାରୁ ଶିଶୁ ଚୋରି ଅଭିଯୋଗ ମାମଲାରେ ବନ୍ଧା ହେଲେ ଶିଶୁର ଆଈ ଏବଂ ବାପା। ଉଭୟଙ୍କୁ ଆଜି ଗିରଫ କରିଛି ସୋନପୁର ପୋଲିସ। ଶିଶୁକନ୍ୟାକୁ ଅନ୍ୟକୁ ଦେଇ ଚୋରି ରୂପ ଦେବାକୁ ଯୋଜନା କରିଥିଲେ ଆଈ ପନ୍ତି ଜାଲ୍ ଏବଂ ବାପା ଗଜେନ୍ଦ୍ର ତାଣ୍ଡି। ପୋଲିସର ପଚରାଉଚରା ପରେ ଉଭୟଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଥିଲା ପୋଲିସ।
ପନ୍ତି ଜାଲ୍ଙ୍କ ବିରୋଧରେ ଶିଶୁର ଜେଜେ ମା ମଧ୍ୟ ଅଭିଯୋଗ ଆଣିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରି ପନ୍ତୀ ଜାଲ୍ ଏବଂ ଗଜେନ୍ଦ୍ରକୁ ଅଟକ ରଖି ପଚରାଉଚରା କରିଥିଲା।
ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା। ଯେଉଁଥିରେ ଆଈ ପନ୍ତି ଜାଲ୍ ଆଉ ଜଣେ ମହିଳାଙ୍କୁ ଟେକିଦେଉଥିଲେ ଶିଶୁକୁ। ଏନେଇ ପୋଲିସର ଖୋଳତାଡ଼ ପରେ ୨୧ ତାରିଖରେ ଶିଶୁକନ୍ୟାକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637598268.jpg)