Advertisment

ଯେଉଁ ବସ୍‌ରେ ଅଧିକ ଭିଡ଼, ସେହି ବସ୍‌ରେ ଚଢ଼ି ଲୋକଙ୍କୁ ଲୁଟୁଥିଲେ

କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ।

ଅଦ୍ୟତନ ହୋଇଛି
Police bust Mo Bus lootera gang in Bhubaneswar

Mo Bus Lootera Gang

Advertisment

ମୋ ବସ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ । ଭିଡ଼ର ସୁଯୋଗ ନେଇ ମୋ ବସରେ ଚଢ଼ୁଥିବା ଯାତ୍ରୀଙ୍କ ଠାରୁ ମୋବାଇଲ, ଟଙ୍କା, ବ୍ୟାଗ ନେଇ ଛୁ’ ମାରୁଥିଲେ ଅଭିଯୁକ୍ତ । ଗ୍ୟାଙ୍ଗର ୫ ଜଣ ଲୁଟେରାଙ୍କୁ ଧରିଛି ପୋଲିସ । ରାଜଧାନୀର ସିଆରପିଏଫ ବସଷ୍ଟପରେ ପକେଟମାର ଓ ମୋବାଇଲ ଚୋରି କରୁଥିବା ବେଳେ ପୋଲିସ ସାଦା ପୋଷାକରେ ଯାଇ ଗ୍ୟାଙ୍ଗକୁ ଧରିଥିଲା ।

Advertisment

ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଓ ଟଙ୍କା ଜବତ କରିଛି ପୋଲିସ । ୫ ଜଣ ଲୁଟେରାଙ୍କ ଠାରୁ ୫ଟି ମୋବାଇଲ ସହ ୨୦ ହଜାର ଟଙ୍କା ଜବତ ହୋଇଛି। ପ୍ରତ୍ୟକଙ୍କ ପାଖରୁ ୪ ହଜାର ଟଙ୍କା ଲେଖାଏ ମିଳିଥିଲା। କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ।

ଅଧିକ ପଢ଼ନ୍ତୁ: ବେଆଇନ୍‌ ଖଣି ଖନନ ମାମଲାରେ ସିଦ୍ଧାର୍ଥ ସ୍ପଞ୍ଜ କମ୍ପାନୀ ମାଲିକ ଗିରଫ

Advertisment

ଜୋନ୍‌ ୫ ଏସିପି ଗୌତମ କିଷାନଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭.୩୦ ବେଳେ ନୟାପଲ୍ଲୀ ଥାନା ପୁଲିସ ବିଶେଷ ସୁତ୍ରରୁ ସୂଚନା ପାଇଥିଲା ଯେ ସିଆରପିଏଫ ଛକରେ ମୋ ବସ୍‌ ଷ୍ଟପରେ କିଛି ସନ୍ଦିଗ୍ଧ ବୁଲୁଛନ୍ତି। ମୋ ବସ୍‌ରେ ଯାତ୍ରୀମାନେ ଚଢୁଥିବା ବେଳେ ଭିଡ଼ଦେଖି ଏହି ସନ୍ଦିଗ୍ଧ ମାନେ ମନିପର୍ସ ଓ ମୋବାଇଲ ଲୁଟ୍‌ କରୁଛନ୍ତି। ସଙ୍ଗେ ସଙ୍ଗେ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ୫ ସନ୍ଦିଗ୍ଧଙ୍କୁ ଧରିଥିଲା।

ତେବେ ଜବତ ଟଙ୍କା ସେମାନେ କେଉଁଠାରୁ ଆଣିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ପୋଲିସ ସେମାନଙ୍କୁ ଥାନାକୁ ଆଣିଥିଲା। ଥାନାରେ ଜେରା ବେଳେ ସନ୍ଦିଗ୍ଧ ମାନଙ୍କ ଗୁମର ଫିଟିଥିଲା। ସେମାନଙ୍କ ଠାରୁ ମିଳିଥିବା ମୋବାଇଲ ଓ ଟଙ୍କା ସେମାନେ ମୋ ବସ୍‌ ଯାତ୍ରୀଙ୍କ ଠାରୁ ଲୁଟିଥିବା ସ୍ୱୀକାର କରିଥିଲେ।

Advertisment

ସାଧାରଣତଃ ସେମାନେ ଯେଉଁ ମୋ ବସ୍‌ ଗୁଡ଼ିକରେ ଭିଡ଼ ଥାଏ, ସେଗୁଡ଼ିକୁ ଟାଗେର୍ଟ କରୁଥିଲେ। ଅଭିଯୁକ୍ତମାନେ ଗତକାଲି ସିଆରପିଏଫ ସ୍ଥିତ ଉକ୍ତ ବସ୍‌ ରହଣି ସ୍ଥଳରେ ୫୦ହଜାର ଟଙ୍କା ଲୁଟ କରିଥିଲେ ବୋଲି ପୋଲିସକୁ କହିଛନ୍ତି। ସେହିପରି ଜବତ ମୋବାଇଲ ଗୁଡ଼ିକୁ ଭୁବନେଶ୍ୱର ବିଭିନ୍ନ ମୋ ବସ୍‌ ରହଣି ସ୍ଥଳରୁ ଲୁଟ୍ କରିଥିବା ସ୍ୱୀକାର କରିଛନ୍ତି। ସେମାନଙ୍କ ଗ୍ୟାଙ୍ଗରେ ଆଉ କେହି ସାମିଲ ଅଛନ୍ତି ନାଁ ନାହିଁ ସେଦିଗରେ ମଧ୍ୟ ତଦନ୍ତ ଚଳାଇଛି ପୋଲିସ୍। 

ଅଧିକ ପଢ଼ନ୍ତୁ: ଠକ ଦମ୍ପତ୍ତି ! ଲୋକଙ୍କ ଟଙ୍କାରେ ଦୁବାଇରେ କରୁଥିଲେ ମଉଜ, ଲକ୍ଷ୍ନୌରୁ ଗିରଫ କଲା EOW

Mo Bus Crime In Odisha Lootera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ