Dead Fish
ପୋଖରୀରେ ମାଛ ମଡ଼କ। ପୋଖରୀରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଝାରକଟାରୁ । ୪ ଏକରର ପୋଖରୀରେ ମାଛ ଚାଷ କରାଯାଇଥିଲା । ହେଲେ ହଠାତ୍ ଆଜି ସକାଳୁ ସକାଳୁ ସବୁ ମାଛ ମରି ଭାସୁଥିବା ଦେଖାଯାଇଛି । ପ୍ରତ୍ୟେକ ମାଛର ଓଜନ ପ୍ରାୟ ୩-୪ କିଲୋ ହୋଇଥିବା ଅନୁମାନ କରାଯାଉଛି । ଏହି ମାଛ ଗୁଡ଼ିକ ଆଉ କିଛି ଦିନ ପରେ ବିକ୍ରି କରାଯାଇଥାନ୍ତା । କିନ୍ତୁ ତା ପୂର୍ବରୁ ଏଭଳି ଅଘଟଣ ଘଟିଲା ।
ଅନ୍ୟପଟେ ଗାଁ ଲୋକେ ସନ୍ଦେହ କରୁଛନ୍ତି, କେହି ଜଣେ ପୋଖରୀରେ ବିଷ ପକାଇ ଦେଇଛି । ସେଥିପାଇଁ ମାଛ ସବୁ ମରି ଯାଇଛନ୍ତି । ଏହି ପୋଖରୀର ପାଣି ପିଇ ୪ଟି କୁକୁର ମଧ୍ୟ ମରି ଯାଇଥିବା ଲୋକେ କହିଛନ୍ତି । ଯେହେତୁ ଲୋକେ ଏହି ପୋଖରୀ ପାଣିରେ ଆସବାବପତ୍ର ଧୁଆ ଧୋଇ କରନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dead_Fish_1698503762.jpg)