ଯୁକ୍ତଦୁଇ ଛାତ୍ରୀଙ୍କୁ ଗ୍ୟାଙ୍ଗରେପ୍, ଏସପି କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ବ୍ରହ୍ମପୁରରେ ପ୍ଲସ-ଟୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତେଜିଲା ପ୍ରତିବାଦ । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଛି ବିଜେପି ।

Crime

ବ୍ରହ୍ମପୁରରେ ପ୍ଲସ-ଟୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତେଜିଲା ପ୍ରତିବାଦ । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଛି ବିଜେପି । ଦଳ ପକ୍ଷରୁ ଏସପିଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି ।

ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଓ ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି । ମଙ୍ଗଳବାର ରାତିରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ହଷ୍ଟେଲ ମେସକୁ ଡାକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ନିଜ ଘର ବୋଲି କହି ଛାତ୍ରୀଙ୍କୁ ଡାକି ନେଇଥିଲା ।

ପରେ ଛାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଆଇଥିଲେ । ଛାତ୍ରୀ ଅଚେତ ହୋଇପଡିବା ପରେ ୫ ଜଣ ସାଙ୍ଗ ମିଶି ଗଣ ଦୁଷ୍କର୍ମ କରିଥିଲେ । ଏପରିକି ଏକଥା କାହାକୁ କହିଲେ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ । ଏହି ଅଭିଯୋଗ ପରେ ପୋଲିସ ପାଞ୍ଚଜଣଙ୍କୁ ଗିରଫ କରିଛି ।

ଗତକାଲି ବୈଦ୍ୟନାଥ ପୁର ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗତକାଲି ଏହି ସୂଚନା ଦେଇଥିଲେ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ । ପରେ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ ।

ଗିରଫ ହୋଇଥିବା ସମସ୍ତ ଯୁବକ ସାବାଳକ । କେହି ମଧ୍ୟ ଛାତ୍ରୀଙ୍କ ସହପାଠୀ ବା ବନ୍ଧୁ ନଥିଲେ । ଖବର ଅନୁସାରେ ବ୍ରହ୍ମପୁର ସହରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଅନ୍ୟପଟେ ନିର୍ବାଚନ ବେଳେ ଏପରି ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।