Advertisment

ବର୍ବର... ନିଶା ଦେଇ ନାବାଳିକାଙ୍କୁ ଆଠ ଜଣ ସହପାଠୀଙ୍କ ଦୁଷ୍କର୍ମ!

ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନିଶା ଦେଇ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Plus Two Student Gang Rape In berhampur

Crime

Advertisment

ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନିଶା ଦେଇ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ସହପାଠୀଙ୍କ ଘରକୁ ଯାଇଥିବା ବେଳେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିବା ନେଇ ବୈଦ୍ୟନାଥପୁର ଥାନାରେ ଏନେଇ ଏତଲା ହୋଇଛି ।

Advertisment

ଏହାପରେ ୮ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ବୈଦ୍ୟନାଥ ପୋଲିସ ନାବାଳିକା ଜଣକଙ୍କର ଡାକ୍ତରୀ ମାଇନା କରାଇବା ସହ ଏହି ଗଣବଳାତ୍କାରରେ ସମ୍ପୃକ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଅନ୍ୟପଟେ ନିର୍ବାଚନ ବେଳେ ଏପରି ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଲୋମହର୍ଷଣକାରୀ ଘଟଣାକୁ ଚାପି ଦେବାକୁ ସବୁଆଡ଼ୁ ଉଦ୍ୟମ କରାଯାଉଛି ।

ଅଧିକ ପଢ଼ନ୍ତୁ: ସ୍କୁଲରୁ ଆଣିଲା; ବିଷ ଦେଇ ୨ଛୁଆଙ୍କ ଜୀବନ ନେଇଗଲା ବାପା

Advertisment

ସୂଚନା ଅନୁସାରେ, ବ୍ରହ୍ମପୁରରେ ପଢ଼ୁଥିବା ପୀଡ଼ିତା ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକିଥିଲେ । ଘରେ ତାଙ୍କର ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ ଅନ୍ୟ ସହପାଠୀ ସମସ୍ତେ ଉପସ୍ଥିତ ରହିଥିଲେ । କିଛିସମୟ କଥାବାର୍ତ୍ତା ପରେ ଛାତ୍ରୀଙ୍କୁ ସବପାଠୀ ଜଣକ କିଛି ପିଇବାକୁ ଦେଇଥିଲେ ।

ପରେ ଛାତ୍ରୀଜଣକ ଅଚେତ ହୋଇଯିବା ପରେ ଜଣଙ୍କ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ଛାତ୍ରୀ ଗରକୁ ଫେରି ପରିବାର ଲୋକଙ୍କୁ ସବୁ କଥା କହିବା ପରେ ସେମାନେ ଏନେଇ ଏତଲା ଦେଇଥିଲେ । ଫଳରେ ପୋଲିସ ମାମଲା ରୁଜୁ କରିବା ସହ ସବପାଠୀମାନଙ୍କୁ ଅଟକ ରଖିଛି । ସମସ୍ତ ଛାତ୍ରଙ୍କର ଡାକ୍ତରୀ ମାଇନା ହୋଇଛି । ତେବେ ପୋଲିସ ଏସମ୍ପର୍କରେ ଅଧିକ ସୂଚନା ଦେଉନାହିଁ ।

Advertisment

ଅନ୍ୟପଟେ ନିର୍ବାଚନ ସମୟରେ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାଟି ଗତ ୩ ତାରିଖରେ ଘଟିଥିବା ବେଳେ ପାଞ୍ଚ ତାରିଖରେ ମାମଲା ରୁଜୁ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Crime Against Women Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ