Advertisment

ନୂଆ ଫୋନ୍‌ କିଣିଲେ, ଫେସବୁକ୍ ଲାଇଭ କରି ଜୀବନ ହାରିଲେ ଫଟୋଗ୍ରାଫର

ମୃତକଙ୍କ ବୟସ ପ୍ରାୟ ୨୭ରୁ ୨୮ବର୍ଷ। ପିଲାଦିନରୁ ତାଙ୍କ ବାପା-ମା’ଙ୍କର ମୃତ୍ୟୁ ହୋଇଯାଇଛି। ଘରେ ତାଙ୍କର ଭାଇ, ଭାଉଜ ଓ ପୁତୁରା ଅଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ କୌଣସି ସୁଇସାଇଡ୍ ନୋଟ୍ ଛାଡି ନାହାଁନ୍ତି।

Photographer

Photographer

Advertisment

ଫେସବୁକ୍ ଲାଇଭ୍ କରି ଜୀବନ ହାରିଲେ ଫଟୋଗ୍ରାଫର। ଆସାମର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ଆସାମର ଭାସ୍କର ନଗର ଅଞ୍ଚଳରୁ ଜଣେ ଫଟୋଗ୍ରାଫରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୃଣ୍ମୟ ତାଲୁକଦାର୍। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି।

Advertisment

ସୂଚନା ଅନୁସାରେ, ମୃଣ୍ମୟ ତିହୁର ଏକ ଭଡାଘରେ ରହୁଥିଲେ। ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏହି ଘଟଣା ସମ୍ପର୍କରେ ଗୀତାଞ୍ଜର ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବକ ଜଣକ ମାନସିକ ଅବସାଦରେ ଥିଲେ। ତେବେ ସେ କାହିଁକି ଏପରି ପଦକ୍ଷେପ ନେଲେ ସେ ନେଇ ସ୍ପଷ୍ଟ ହୋଇନି।

ମୃତକଙ୍କ ବୟସ ପ୍ରାୟ ୨୭ରୁ ୨୮ବର୍ଷ। ପିଲାଦିନରୁ ତାଙ୍କ ବାପା-ମା’ଙ୍କର ମୃତ୍ୟୁ ହୋଇଯାଇଛି। ଘରେ ତାଙ୍କର ଭାଇ, ଭାଉଜ ଓ ପୁତୁରା ଅଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ କୌଣସି ସୁଇସାଇଡ୍ ନୋଟ୍ ଛାଡି ନାହାଁନ୍ତି। ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ଶନିବାର ସକାଳେ ସେ ଗୁଆହାଟୀରେ ପହଞ୍ଚିଥିଲେ। ଅପରାହ୍ନ ୩ଟାରେ ଫେସବୁକରେ ଲାଇଭ୍‌ଷ୍ଟ୍ରିମିଂ କରିଥିଲେ। ଏହାର ଦିନକ ପୂର୍ବରୁ ସେ ନୂଆ ଫୋନ୍‌ କିଣିଥିଲେ। ତେବେ ସେ ଲାଇଭ୍‌ରେ ଭଲ ଥିବା ଜଣାପଡୁଥିଲେ। ହେଲେ ସେ ଏପରି ଚରମ ପଦକ୍ଷେପ ନେବେ ବୋଲି ଜଣାନଥିଲା ବୋଲି ସେ କହିଛନ୍ତି।

Advertisment

ବୋଧହୁଏ ସେ ଅବସାଦରେ ଶିକାର ହୋଇଥିଲେ, ଯେଉଁ କାରଣରୁ ସେ ଏହି ଚରମ ପଦକ୍ଷେପ ନେଇଥାଇ ପାରନ୍ତି। ମୃତଦେହକୁ ଗୁଆହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆଜି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

Photographer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ