ଅଦ୍ୟତନ ହୋଇଛି
Photo Journalist Rakesh Roul
Advertisment
କଳିଙ୍ଗ ଷ୍ଟାଡିୟମ ଗେଟ ସମ୍ମୁଖରେ ପୋଲିସର ବର୍ବରତା । ଫଟୋ ସାମ୍ବାଦିକଙ୍କୁ ଘୋଷାଡ଼ି ପିଟିଲା ପୋଲିସ । ହକି ମ୍ୟାଚ ଚାଲୁଥିବା ବେଳେ ଜଣେ ଫଟୋ ସାମ୍ବାଦିକଙ୍କୁ ଆକ୍ରମଣ କରି ଆହତ କରିଛନ୍ତି । ନ୍ୟୁଜିଲାଣ୍ଡ ହକି ଟିମ ଷ୍ଟାଡିୟମ ଅଭିମୁଖେ ଯାଉଥିବା ବେଳେ ଫଟୋ ଉଠାଇଥିଲେ ସାମ୍ବାଦିକ ରାକେଶ ରାଉଳ । କାହିଁକି ଫଟୋ ନେଉଛ କହି ହଠାତ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ପୋଲିସ ବାବୁ । ଚାଲୁଥିବା ବସରୁ ଓହ୍ଲାଇ ଗାଳିଗୁଲଜ କରିବା ସହ ତଳେ ପକାଇ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667496659.jpg)