Advertisment

ରାଜଧାନୀରେ ସାବାଡ଼ ହେବେ ରୋଡ୍‌ ରୋମିଓ, ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେଲା ସ୍ପେଶାଲ ସ୍କ୍ୱାର୍ଡ

ରାଜଧାନୀରେ ମହିଳାଙ୍କୁ ହଇରାଣ, ହାରସମେଣ୍ଟ, କମେଣ୍ଟ କଲେ ଏହି ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଅଦ୍ୟତନ ହୋଇଛି
Special Squad For Women In Bhubaneswar

Special Squad

Advertisment

ରାଜଧାନୀରେ ସାବାଡ଼ ହେବେ ରୋଡ୍‌ ରୋମିଓ । ମହିଳାଙ୍କୁ କମେଣ୍ଟ କଲେ ଏବେ ପଡ଼ିବ ମହଙ୍ଗା । ଭୁବନେଶ୍ୱରରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ସ୍ପେଶାଲ ୧୪ ଜଣିଆ ଗ୍ରୁପ୍‌ । ରାଜଧାନୀରେ ମହିଳାଙ୍କୁ ଜଗୁଛି HER ଟିମ୍‌ ବା ହାଇଲି ଏଫିସିଏଣ୍ଟ ରେସପନ୍ସ ଟିମ୍ । ଭୁବନେଶ୍ୱରରେ ବୁଲୁଛି କମିଶନରେଟ୍‌ ପୋଲିସ୍‌ର ଏହି ସ୍ୱତନ୍ତ୍ର ମହିଳା ସ୍କ୍ୱାର୍ଡ ।

Advertisment

ରାଜଧାନୀରେ ମହିଳାଙ୍କୁ ହଇରାଣ, ହାରସମେଣ୍ଟ, କମେଣ୍ଟ କଲେ ଏହି ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅଭିଯୋଗକାରୀ 112 କିମ୍ବା 63725-00400 ନମ୍ବରକୁ ମେସେଜ କିମ୍ବା ଫୋନ୍‌ କରି ଅଭିଯୋଗ କରିପାରିବେ। ତେବେ ଅଭିଯୋଗ ପାଇବା ମାତ୍ରେ ଏହି ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରୋଡ୍‌ ରୋମିଓଙ୍କୁ ସାବାଡ କରିବ। ତେବେ ଯେଉଁମାନେ ଫୋନ୍‌ କରିବେ ସେମାନଙ୍କ ପରିଚୟ ଗୋପନ ରଖିବ କମିଶନରେଟ୍‌ ପୋଲିସ । ଗତକାଲି ଖାରବେଳନଗରରେ ରାମନବମୀ ବେଳେ ମହିଳାଙ୍କୁ ହଇରାଣ କରିଥିବା ଅଭିଯୋଗ ହେବା ପରେ HER ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଦିନକୁ ଦିନ ରାଜଧାନୀରେ ରୋଡ୍‌ ରୋମିଓଙ୍କ ଉତ୍ପାତ ବଢ଼ିବାରେ ଲାଗୁଛି । ପ୍ରତିଦିନ ବିଭିନ୍ନ ସ୍ଥାନରେ ଯୁବତୀଙ୍କୁ ହଇରାଣ କରୁଥିବା ଅଭିଯୋଗ ସାମ୍ନାକୁ ଆସିଥାଏ । ଏହା ସହ ରାଜଧାନୀ ରାଜରାସ୍ତାରେ ମଧ୍ୟ କିଛି ରୋଡ୍‌ ରୋମିଓ ବିକଟାଳ ଶବ୍ଦରେ ଗାଡ଼ି ଚଲାଇ ମଧ୍ୟ ସାଧାରଣ ଲୋକଙ୍କ ହଇରାଣ କରୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ ଏବେ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରିଛି କମିଶନରେଟ୍‌ ପୋଲିସ୍ ।

Advertisment

Bhubaneswar Commissionerate Police Special Squad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ