Advertisment

Crorepati Scam: ଲକ୍ଷେ ଟଙ୍କା ଦିଅ କୋଟିଏ ଘରକୁ ନିଅ...ଏମିତି ଦେଖାଉଥିଲେ ରଙ୍ଗୀନ ସ୍ୱପ୍ନ

ରାତାରାତି କୋଟିପତି ହେବାର ଦମଦାର୍ ଅଫର। ଲକ୍ଷେ ଟଙ୍କା ଦିଅ କୋଟିଏ ଘରକୁ ନିଅ। ନୂଆ ଫଣ୍ଡା, ନୂଆ ଚାଲ ଦ୍ୱାରା ଚାଲିଥିଲା ଲୁଟ୍ ।

ଠକେଇ ଅଫର୍

ଠକେଇ ଅଫର୍

Advertisment

ରାତିରାତି କୋଟିପତି ହେବାକୁ ଲୋକଙ୍କୁ ଦେଖାଉଥିଲା ସ୍ୱପ୍ନ। ଆଉ ମିଠା କଥା କହି ଲୋକଙ୍କୁ ନିଜ ଫାଶରେ ଫସାଉଥିଲା। ଶେଷରେ ନିଜ ଜାଲରେ ଛନ୍ଦି ହୋଇଗଲା ଠକ। ଟିଟିଲାଗଡ଼ ପୋଲିସ ହାତରେ ଧରାପଡ଼ି ନିଜ ସହଯୋଗୀ ସହ ଗଲା ଜେଲ। କଳାହାଣ୍ଡି ଜିଲ୍ଲାରେ ଠକ ଦୀନବନ୍ଧୁ ଗୋରଡିଆର ଘର। ସେଠାରେ ବିଭିନ୍ନ ଅଫର ଦେଇ ଲୋକଙ୍କୁ ମାରୁଥିଲା ଚୂନ। ଲକ୍ଷେ ଦିଅ, କୋଟିଏ ନିଅ କହି ଦେଉଥିଲା ଅଫର। ଟିଟିଲାଗଡ଼ ଖଜୁରୀପଡ଼ାର ଟଙ୍କଧର ପଟେଲ ଏହି ଅଫର ସଂପର୍କରେ ନିଜ ସଂପର୍କୀୟଙ୍କ ପାଖରୁ ଜାଣିବାକୁ ପାଇଥିଲେ।

Advertisment

ଏହାପରେ ଦୀନବନ୍ଧୁଙ୍କ ପାଖରେ ଯାଇ ପହଞ୍ଚିଥିଲେ। ତାଙ୍କ ଅଫର ଶୁଣି ଖୁସ୍ ହୋଇଯାଇଥିଲେ ଟଙ୍କଧର। ରାତାରାତି ବଡ଼ ଲୋକ ହେବାକୁ ଦେଖିଥିଲେ ସ୍ୱପ୍ନ। ପ୍ରଥମେ ଦୀନବନ୍ଧୁକୁ ଦେଇଥିଲେ ଲକ୍ଷେ। ପୁଣି କିଛି ଦିନ ପରେ ଦେଇଥିଲେ ୧୪ଲକ୍ଷ। ୩ମାସ ଭିତରେ ୧୫ କୋଟି ମିଳିବ ବୋଲି ଠକ ଦେଇଥିଲା ପ୍ରତିଶ୍ରୁତି। ହେଲେ ୧୫ କୋଟି କ’ଣ ଟଙ୍କାଏ ମଧ୍ୟ ମିଳିଲାନି ।

୩ ମାସ ପୂରିଲା, ହେଲେ ମିଳିଲାନି ଟଙ୍କା। ବ୍ୟସ୍ତ ହୋଇପଡ଼ିଲେ ଟଙ୍କଧର। ଫୋନ୍‌ କଲେ । ଟଙ୍କା ମିଳିଯିବ ବୋଲି କହିଲେ ଦୀନବନ୍ଧୁ । ପୁଣି କିଛି ଦିନ ଗଡ଼ିଗଲା, ହେଲେ ମିଳିଲାନି ଟଙ୍କା। ମାସ ପରେ ମାସ ଗଡ଼ିଗଲା, ଟଙ୍କା ମିଳିଲାନି ,ପରେ ଫୋନ୍ କରିବାରୁ ମିଳିଲା ଧମକ ଚମକ। ଶେଷରେ ଟିଟିଲାଗଡ଼ ଥାନାରେ ଦ୍ୱାରସ୍ଥ ହୋଇଥିଲେ ଟଙ୍କଧର। ପୋଲିସ ଖୋଳତାଡ଼ କରି ଗତକାଲି ଦୀନବନ୍ଧୁ ସହ ୩ ସହଯୋଗୀକୁ ଗିରଫ କରିଛି। ସେମାନଙ୍କଠାରୁ ୧୪ ଲକ୍ଷ ଟଙ୍କା, ଦୁଇଟି ଚାରି ଚକିଆ ଗାଡ଼ି ସହ ଦୁଇଟି ମୋବାଇଲ ଫୋନ୍ ଜବତ କରି ତଦନ୍ତ କରୁଛି ।

Advertisment

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଳ୍ପ ସମୟରେ ମାଲାମାଲ ହେବା ଲୋଭରେ କାହାରିକୁ ପଇସା ଦେବାରୁ ବିରତ ରହିବାକୁ ଜନସାଧରଣଙ୍କୁ ଅନୁରୋଧ କରିଛି ।

Busted Online Fraud Crorepati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ