thar
ସ୍କର୍ପିଓ ମାଲିକଙ୍କ ପଛରେ ପଡିଛି ପୋଲିସ। କୁଆଡେ ଗଲେ ଥାର ମାଲିକ ? ଯେହେତୁ ପାତ୍ରପଡା ହିଟ ଆଣ୍ଡ ରନ ମାମଲାରେ ଥାର ମାଲିକ ହିଁ ଦୁର୍ଘଟଣା ଘଟାଇଥିଲା ଏପର୍ଯ୍ୟନ୍ତ ଗାଡିର ମାଲିକ, ଡ୍ରାଇଭରଙ୍କ ସହ ଅନ୍ୟମାନଙ୍କୁ ଧରିପାରୁନି ପୋଲିସ। ରାକ୍ଷୀ ପୂର୍ଣ୍ଣିମା ଦିନ ରାଜଧାନୀର ପାତ୍ରପଡାଠାରେ ଘଟିଥିବା ହିଟ ଆଣ୍ଡ ରନ ମାମଲାରେ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ କୁନି ପୁଅଟି ମଧ୍ୟ ଗୁରୁତର ହୋଇଥିଲା।
ତେବେ ଅନୁସନ୍ଧାନରୁ ଜଣାପଡିଛି, ଉଭୟ ଥାର ଓ ସ୍କର୍ପିଓ ରେ ଥିବା ପାଞ୍ଚ ଜଣ ପ୍ରଥମେ ପଟିଆଠାରେ ଥିବା ଗୋଟିଏ ବାରରୁ ବାହାରି ରେସିଂ କରିଥିଲେ। ତେବେ ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଥାର ତ ଦୁର୍ଘଟଣା କଲା ହେଲେ ସ୍କର୍ପିଓ ଉପରେ ଆକ୍ସନ କାହିଁକି ? ନିୟମ ଅନୁସାରେ, ହିଟ୍ ଆଣ୍ଡ ରନ୍ ମାମଲା ସହ ଉଭୟ ଗାଡି ମଧ୍ୟରେ ରେସିଂ ଚାଲିଥିବାରୁ ସମସ୍ତ ଅଭିଯୁକ୍ତଙ୍କ ପାଇଁ ସମାନ ଆଇନ ଲାଗୁ ହେବ। ଯେଉଁମାନେ ଗାଡିରେ ବସିଥିଲେ ସମସ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ହେବ।
ଡ୍ରାଇଭରଙ୍କ ସହ ମାଲିକ ବି ଫସିବେ। ତେବେ ଯଦି ଗାଡିରେ ଥିବା ବ୍ୟକ୍ତି ଯଦି ଓହ୍ଲାଇ ଆହତଙ୍କୁ ଚିକିତ୍ସା ବ୍ୟବସ୍ଥା କରାଇ ଥାଆନ୍ତେ କିମ୍ବା ନିକଟସ୍ଥ ଥାନାକୁ ଯାଇ ରିପୋର୍ଟ କରିଥାଆନ୍ତେ ତାହଲେ କଥା ଭିନ୍ନ ହୋଇଥାଆନ୍ତା । ଏଭଳି ସ୍ଥିତିରେ କେବଳ ଦୁର୍ଘଟଣା କେସ ହୋଇଥାଆନ୍ତା ଆଉ ସେହି ଅନୁସାରେ ମାମଲା ରୁଜୁ ହୋଇଥାଆନ୍ତା। ଦୁର୍ଘଟଣା ଘଟାଇ ଉଦ୍ଦେଶ୍ୟମୂଳକ ଭାବରେ ଜଣଙ୍କୁ ମୃତ୍ୟୁମୁଖରେ ଛାଡିଯିବା ହତ୍ୟା ସହିତ ସମାନ ବୋଲି ଧରାଯାଇଥାଏ । ଏହି କ୍ରମରେ ଗିରଫ ଅଭିଯୁକ୍ତଙ୍କ ନାଁରେ ୧୦୩, ୧୦୬ (୧) ବିଏନଏସର ଦଫା ଲାଗିଛି ।
ସେପଟେ ଧରାପଡିଲା କିଲର ସ୍କର୍ପିଓ ମାଲିକ ଓ ସହଯୋଗୀଙ୍କୁ ଦିଲ୍ଲୀରୁ ଗିରଫ କରିଛି କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରୀପାଠୀ, ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ ବୋଲି ଜଣାପଡିଛି। ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ । ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ । ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ । ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି । ସେପଟେ ଥାର ମାଲିକଙ୍କୁ ଫେରାର କରାଇଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/thar_1756002200.jpg)