ତାତ୍ସଲ୍ୟ ସହିନପାରି ଆତ୍ମହତ୍ୟା ! ଝିଅର ମୃତଦେହ ରଖି ନ୍ୟାୟ ମାଗୁଛନ୍ତି ବାପା-ମାଆ

ମାଡ଼ ମାରିବା ସହ ମାନସିକ ନିର୍ଯାତନା ଅଭିଯୋଗ । ଅଭିଯୋଗ ପରେ ବି ପୋଲିସ କାଯର୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ।

Patakura

ଥାନା ଆଗରେ ଝିଅର ମୃତଦେହ ରଖି ନ୍ୟାୟ ମାଗୁଛନ୍ତି ବାପା-ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ମହାମୁଦା ଗାଁରେ । ପଡୋଶୀଙ୍କ ପରିବାର ବାଟଘାଟରେ ଝିଅକୁ ଆକ୍ଷେପ କରିବା ସହ ଲଜ୍ଜାଜନକ ମନ୍ତବ୍ୟ ଦେବା ଯୋଗୁଁ ଝିଅ ଏହା ସହି ନପାରି ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଝିଅର ମା ଝରଣା ସ୍ୱାଇଁ ପଡୋଶୀଙ୍କ ନାଁରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ।

ଝିଅର ମାଆଙ୍କ କହିବା ଅନୁସାରେ ଗତ ୧୭ ତାରିଖରେ ତାଙ୍କର ଝିଅ ଶୁଭଦର୍ଶନୀ ସ୍ୱାଇଁଙ୍କୁ ପଡୋଶୀ ସୁଜାତା ମହାନ୍ତି ମାରଧର କରିବା ସହ ଗାଳିଗୁଲଜ କରିଥିଲେ । ଏହା ସହ ଅଶାଳୀନ ମନ୍ତବ୍ୟ ଦେବା ସହ ଆକ୍ଷେପ କରିଥିଲେ । ଏହାକୁ ନେଇ ସେହିଦିନ ପାଟକୁରା ଥାନାରେ ଏତଲା ହୋଇଥିଲା । ହେଲେ ଥାନାରେ ଏ ମାମଲାକୁ ଗୁରୁତ୍ୱ ନଦେବାରୁ ପଡୋଶୀ ଓ ଅନ୍ୟମାନେ ବାରମ୍ବାର ଶୁଭଦର୍ଶିନୀଙ୍କୁ ଆକ୍ଷେପ କରିଥିଲେ । ଫଳରେ ଏସବୁ ସହିନପାରି ଝିଅ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।