• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାରାଦ୍ୱୀପ( ରମାକାନ୍ତା ନାୟକ) : ପୁଅକୁ ଝୁରି ହେଉଛି ମା’ । ଆଜି ବି ଆଖିରୁ ଧାର ଧାର ହୋଇ ଲୁହ ବହି ପଡ଼ୁଛି । କୁଜଙ୍ଗ ପଙ୍କପାଳ ସରକାରୀ ମଦ ଦୋକାନ ସେଲ୍ସମ୍ୟାନ୍ ହତ୍ୟାକାଣ୍ଡ ଘଟଣାକୁ ୫ ବର୍ଷ ପୂରିଲା । ହେଲେ ହତ୍ୟାକାରୀଙ୍କ ହାତରେ ଏଯାଏ ପଡିନି ହାତକଡି । ପ୍ରଥମେ ପୋଲିସ ଆଉ ଏବେ କ୍ରାଇମବ୍ରାଂଚ କରୁଛି ତଦନ୍ତ । ସିସିଟିଭି ଫୁଟେଜ୍‌ରେ ଜଳ ଜଳ ଦିଶୁଛି କିପରି ହତ୍ୟାକାରୀ ପେଟ୍ରୋଲ ଢାଳି ଯୁବକଙ୍କ ଦେହରେ ନିଆଁ ଲଗାଇ ଦେଉଛନ୍ତି । ନ୍ୟାୟ ନ ପାଇ ନିରାଶ ହେବା ପରେ ଭେଣ୍ଡିଆ ପୁୂଅକୁ ହରାଇଥିବା ମାଆ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ ବି କରିଥିଲା । ରାଜ୍ୟ ସରକାରଙ୍କ ଆଇନ କାନୁନ ବିଧି ବ୍ୟବସ୍ଥା ଉପରୁ ଆସ୍ଥା ହରାଇଥିବା ଏହି ପରିବାର ସିବିଆଇ ତଦନ୍ତ ପାଇଁ କରୁଛନ୍ତି ଦାବି ।     

ଆଜିକୁ ଠିକ୍ ୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ୍ ୨୦୧୬ ମସିହା ନଭେମ୍ବର ୫ ତାରିଖରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପଙ୍କପାଳ ଠାରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନ ସେଲ୍ସମ୍ୟାନ୍ ଉଲ୍ଳାସ ଜେନାଙ୍କୁ ଜୀଅନ୍ତା ପୋଡି ହତ୍ୟା କରାଯାଇଥିଲା । ସେ ମଦ ଦୋକାନ ଭିତରେ ଥିବା ବେଳେ ବାହାର ପଟୁ ପେଟ୍ରୋଲ ଢାଳି ଦୋକାନ ସହ ଜାଳି ଦେଇଥିଲେ ଦୃର୍ବୃତ୍ତ । ବର୍ଷା ରାତିର ସେହି ବିଭତ୍ସ୍ୟ ଘଟଣାର ସିସିଟିଭି ଫୁଟେଜ୍‌ରେ ଜଳ ଜଳ ଦିଶୁଛି ହତ୍ୟାକାରୀଙ୍କ କାରନାମା । ଖୁବ୍ ଆରାମ୍‌ରେ, ସନ୍ତର୍ପଣରେ ହତ୍ୟାକାରୀମାନେ ଅପରାଧ ଘଟାଇଥିଲେ । ସରକାରୀ ଛତ୍ରଛାୟା ତଳେ ରହି ଏଯାଏ ସେମାନେ ବିନ୍ଦାସରେ ବୁଲୁଛନ୍ତି । ଆଇନର ହାତ ଏ ଯାଏ ସେମାନଙ୍କ ହାତରେ ହାତକଡି ପକାଇ ପାରିନି ।  

ପୋଲିସ ଉପରୁ ଆସ୍ଥା ତୁଟିବା ପରେ ପ୍ରାୟ ୩ ବର୍ଷ ହେଲାଣି କ୍ରାଇମବ୍ରାଂଚ କରୁଛି ତଦନ୍ତ । କ୍ରାଇମବ୍ରାଂଚର ସେହି ତଦନ୍ତକୁ ନେଇ ପରିବାର ଲୋକେ ଉଠାଇଛନ୍ତି ପ୍ରଶ୍ନ । ରାଜନୈତିକ ଛତ୍ରଛାୟା ତଳେ ରହିଥିବାରୁ ହତ୍ୟାକାରୀଙ୍କୁ ଗିରଫ କରୁନାହିଁ କ୍ରାଇମବ୍ରାଂଚ ବୋଲି ଅଭିଯୋଗ କରୁଛନ୍ତି । ନ୍ୟାୟ ପାଇଁ ଦୌଡି ଦୌଡି ନିରାଶ ହେବା ପରେ ବିଧାନସଭା ଆଗରେ ମୃତ ଉଲ୍ଲାସଙ୍କ ମାଆ ଜ୍ୟୋସ୍ôନ୍ରାରାଣୀ ଜେନା ଆତ୍ମାହୁତୀ ଉଦ୍ୟମ କରିଥିଲେ । ମାତ୍ର ଫଳ ଓଲଟା ଭୋଗିବାକୁ ପଡିଲା । ତାଙ୍କ ଭେଣ୍ଡିଆ ପୁଅକୁ ଜୀଅନ୍ତା ଜାଳି ପୋଡି ହତ୍ୟା କରିଥିବା ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିବାରେ ପୋଲିସ ଫେଲ୍ ମାରିଥିବା ବେଳେ ଜ୍ୟୋତ୍ସ୍ନା ଓ ତାଙ୍କ ଦୁଇ ପୁଅ ୧୪ ଦିନ ଜେଲ୍ ଭୋଗି କାନମୁଣ୍ଡ ଆଉଁସି ଘରକୁ ଫେରିଲେ ଏବଂ କେଶ୍ ମଧ୍ୟ ଖାଇଲେ ।   

ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏ କେମିତିକା ଶାସନ ବୋଲି ପ୍ରଶ୍ନ କରିବା ସହିତ ନ୍ୟାୟ ଖୋଜି ଖୋଜି ସବୁଆଡୁ ନିରାଶ ଆଉ ହତାଶ ହୋଇପଡିଥିବା ଏହି ପରିବାର ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।