Advertisment

ଦେହ ବ୍ୟବସାୟରେ ଲିପ୍ତ ଜେଲ୍ ୱାର୍ଡର

ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ଖାକି ପୋଷାକଧାରୀ ବାବୁ। ପଦ୍ମପୁର ଉପ କାରାଗାରରେ ସେ ଜେଲ ୱାର୍ଡର ଭାବେ କାର୍ଯ୍ୟ କରୁଛନ୍ତି।

ଅଦ୍ୟତନ ହୋଇଛି
padmapur jail warder prostitution

padmapur jail warder prostitution

Advertisment

ଦେହ ବ୍ୟବସାୟ ଟଙ୍କା ରୋଜଗାରର ଏକ ମାଧ୍ୟମ ବୋଲି ବାଛି ନେଇଛନ୍ତି କିଛି ଅସାଧୁ ବ୍ୟକ୍ତି। ଖାଲି ଅସାଧୁ ବ୍ୟକ୍ତି ତାହା ନୁହେଁ ବଂର ବାର୍ ମାଲିକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଏହି କାର୍ଯ୍ୟରେ ଲିପ୍ତ ରହୁଥିବା ଆପଣ ଅନେକ ଥର ଖବର ମାଧ୍ୟମରେ ଦେଖିଥିବେ । ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି। ଏଠି ରକ୍ଷକ ସାଜିଛି ଭକ୍ଷକ ।

Advertisment

ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ଜଣେ ଖାକି ପୋଷାକଧାରୀ ବାବୁ। ପଦ୍ମପୁର ଉପ କାରାଗାରରେ ସେ ଜେଲ୍ ୱାର୍ଡର ଭାବେ କାମ କରୁଛନ୍ତି। ଦେହ ବ୍ୟବସାୟରେ ଲିପ୍ତ ଥିବା ନେଇ ପଦ୍ମପୁର ପୋଲିସ ପକ୍ଷରୁ ସୂଚନା ରହିଛି ।

ସୂଚନା ଅନୁସାରେ ପଦ୍ମପୁର ଜେଲ ରୋଡ ନିକଟସ୍ଥ ଏକ ଲଜରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢଉ କରିଥିଲା । ଚଢଉ ସମୟରେ ଜଣେ ଦେହଜୀବୀ ଓ ଜଣେ ଗରାଖକୁ ଠାବ କରିଥିଲା ପୋଲିସ। ତଦନ୍ତରୁ ଜଣାପଡିଛି କି ଗ୍ରାହକ ଜଣକ ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପୁର ପୋଲିସ ଉକ୍ତ ମାମଳାରେ ଦେହଜିବୀ, ଗରାଖ ଓ ଲଜ ମ୍ୟାନେଜରକୁ ଗିରଫ କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ