Advertisment

ଦେହ ବେପାରକୁ ଧରିବା ପାଇଁ ଗ୍ରାହକ ସାଜି ହୋଟେଲ୍‌ ଗଲେ ଆଇଆଇସି

ପ୍ରତି ଯୁବତୀଙ୍କ ରହିବା ଖାଇବାକୁ ଛାଡ଼ି ମାସକୁ ମୋଟା ଅଙ୍କର ଟଙ୍କା ମଧ୍ୟ ପାଉଥିଲେ ଯୁବତୀ । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ। ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ।

Sex Racket

Sex Racket

Advertisment

ଭୁବନେଶ୍ୱର: ସେକ୍ସ ରାକେଟ ଠାବ ପରେ ସିଲ୍‌ ହେଲା ଓୟୋ ହୋଟେଲ୍ । ଚମ୍ପଟ ମାରିଲେ ମାଲିକ ସଂଗ୍ରାମ ଓ ସହଯୋଗୀ ଆଲୋକ। ଓୟୋ ରୁମ ନାଁରେ ଅଫଲାଇନରେ କରୁଥିଲେ ରୁମ୍ ବୁକ। କଳିଙ୍ଗ ବିହାରର ହିମାବତୀ ପାଲେସରେ ଚାଲିଥିଲା ରଙ୍ଗିନ୍ ମିଜାଜ୍। ରୁମରେ ଗ୍ରାହକଙ୍କୁ ଦିଆଯାଉଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ଯୁବତୀଙ୍କ ଫଟୋ ଦେଖାଇବାପରେ ଗ୍ରାହକଙ୍କ ନିକଟକୁ ପହଞ୍ଚୁଥିଲା ମନପସନ୍ଦର ଯୁବତୀ । ଗତକାଲି ସେକ୍ସ ରାକେଟ ଠାବ ପରେ ଏଭଳି ଦେହ ବ୍ୟବସାୟ ହେଉଥିବା ପାଲେସକୁ ସିଲ ସହ ଦଲାଲ ଓ ଗ୍ରାହକଙ୍କୁ ଗିରଫ କରିଥିଲା ପୋଲିସ୍ ।

Advertisment

ଏହାସହିତ ଯୁବତୀମାନଙ୍କୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି ପୋଲିସ୍ । ୮ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର, ଅନ୍ୟ ୭ ଜଣ ବଙ୍ଗୀୟ ଯୁବତୀ ରହିଛନ୍ତି। ଚଢାଉ ବେଳେ ଗୋଟିଏ କାର୍, ତିନିଟି ବାଇକ୍ , ୧୦ଟି ମୋବାଇଲ୍ ଫୋନ୍ ୨୯୫୦ ଟଙ୍କା ଓ କିଛି ଆପତିଜନକ ସାମଗ୍ରୀ ଜବତ ହୋଇଛି । ହେଲେ ହୋଟେଲର ମାଲିକ ସହ ସହଯୋଗୀକୁ ଗିରଫ କରିବାକୁ ପୋଲିସ୍ ଜୋରଦାର ଉଦ୍ୟମ ଚଳାଇଛି।

ସେପଟେ ଦଲାଲ୍ ସନ୍ତୋଷ ଓ ପ୍ରମୋଦ ନାମକ ୨ ବ୍ୟକ୍ତି ପଶ୍ଚିମବଙ୍ଗରୁ ଯୁବତୀଙ୍କୁ ରାଜଧାନୀକୁ ଆଣି ବିଭିନ୍ନ ଅଞ୍ଚଳରେ ରଖି ଦେହ ବେପାର କରୁଥିଲେ । ପ୍ରତି ଯୁବତୀଙ୍କ ରହିବା ଖାଇବାକୁ ଛାଡ଼ି ମାସକୁ ମୋଟା ଅଙ୍କର ଟଙ୍କା ମଧ୍ୟ ପାଉଥିଲେ ଯୁବତୀ । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ। ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ।

Advertisment

ସାରା ରାତି ପାଇଁ ୧୦ ହଜାର ଟଙ୍କା ରହିଥିଲା । ତେବେ ଦୁଇ ଦିନ ତଳେ ଜଣେ ଗ୍ରାହକ ଠାରୁ ଦଲାଲ ସନ୍ତୋଷ ଅଧିକ ଟଙ୍କା ନେବାରୁ ସେ ସେଠାରୁ ଆସି ପୁଲିସ୍‌କୁ ଖବର ଦେଇଥିଲେ। ଭରତପୁର ଥାନା ଆଇଆଇସି ଘଟଣାର ବିଷୟରେ ଜାଣିବା ପାଇଁ ନିଜେ ଗ୍ରାହକ ହୋଇ ସେଠାକୁ ଯାଇଥିଲେ। ସେଠାରେ ଦେହ ବେପାର ଚାଲିଥିବା ଜାଣିବା ପରେ ଚଢ଼ଉ କରିଥିଲେ ।

Sex Racket Bhubaneswar Smart City
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ