Advertisment

Oyo Hotel Death Suspense : ଓୟୋ ହୋଟେଲ୍ ଛାତରୁ ଖସି ଯୁବତୀଙ୍କ ମୃତ୍ୟୁ ସସପେନ୍ସ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳର ଓୟୋ ହୋଟେଲରେ ଫେସିଲା ପରିସ୍ଥିତିରେ ସୋନାଲିଙ୍କ ମୃତ୍ୟୁ ସନ୍ଦେହରେ ଥିଲା। ସେ ଓଡ଼ାକୁଡ଼ିଥିବା ପରେ ପରିବାର ଅନୁମାନ କରିଛନ୍ତି ଯେ ସେ ହତ୍ୟା ହୋଇଛନ୍ତି, ଯାହାକୁ ଠେଲି ଛାତରୁ ଫେଲା ଦିଆଯାଇଥାଏ କି ନାହିଁ। ପୋଲିସ୍ ଏଏଉଁ ମୃତ୍ୟୁକୁ ନେଇ ତଡ଼ାଘଞ୍ଜାରେ ଅଛି। ବିଭୁତିଙ୍କ ମୋବାଇଲ ତଥ୍ୟ ସନ୍ଦେହକୁ ଆହୁରି ବଢ଼ାଇଛି।

oyo

oyo

Advertisment

ଭୁବନେଶ୍ବର ଖଣ୍ଡଗିରି ଥାନାଞ୍ଚଳର ଏକ ଓୟୋ ହୋଟେଲ ଛାତରୁ ଖସି ଯୁବତୀଙ୍କ ମୃତ୍ୟୁକୁ ନେଇ ସସ୍ପେସନ୍ସ। ସନ୍ଦେହରେ ପୁରୁଷ ବନ୍ଧୁ। ପରିବାର ଲୋକ ଝିଅକୁ ଛାତରୁ ଠେଲି ମାରି ଦିଆଯାଇଥିବାର ଅଭିଯୋଗ ଆଣିବା ପରେ ପୋଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ତନାଘନା କରୁଛି। ହେଲେ ଏବେ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ କରିନି ପୋଲିସ୍।

Advertisment

ଖଣ୍ଡଗିରି ଥାନା ପଞ୍ଚସଖା ନଗର ଦାସ ଇନ୍ ଓୟୋ ହୋଟେଲ। ଇଏ ସେହି ରୁମ୍- ନମ୍ବର 301। ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ଧରି ଏ ରୁମଟି ବୁକ୍ ହୋଇରହିଛି ନୟାଗଡ଼ର ବିଭୁତି ଭୂଷଣ ପ୍ରତିହାରୀଙ୍କ ନାଁରେ। ଇଏ ସେଇ ବିଭୁତି। କୁହାଯାଉଛି ଏଇ ରୁମକୁ ବରାବର ଆସନ୍ତି, ବିଭୁତିଙ୍କ ସହ ରାତିରେ ଏକାଠି ବି ରୁହନ୍ତି ସେଇ ନୟାଗଡ଼ ଅଞ୍ଚଳର ସୋନାଲି। ସୋନାଲି ମହାପାତ୍ର। ବୁଧବାର ରାତିରେ ମଧ୍ୟ ବିଭୁତିଙ୍କ ପାଖକୁ ଆସିଥିଲେ ସୋନାଲି। ହେଲେ ଉଭୟଙ୍କ ଭିତରେ କଣ ଘଟିଲା କେଜାଣି, ରାତି 11ଟାରେ ହୋଟେଲ ରୁମରୁ ପ୍ରବଳ ପାଟିତୁଣ୍ଡ ଶୁଭିଲା। ପାଖ ରୁମରେ ଥିବା ଲୋକେ ଆସି ଉଭୟଙ୍କୁ ବୁଝାବୁଝି କରିଥିଲେ। କିନ୍ତୁ ରାତି ପ୍ରାୟ ସାଢେ 12 ଟା ବେଳେ ସୋନାଲି ହୋଟେଲ ଛାତରୁ ଖସିପଡୁଥିବା ଦେଖିବାକୁ ମିଳିଥିଲା। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସୋନାଲିଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’

କେମିତି ହେଲା ସୋନାଲିଙ୍କ ମୃତ୍ୟୁ ? ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା ? ଏସବୁ ଦିଗକୁ ନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ପୁରୁଷ ବନ୍ଧୁ ବିଭୁତିକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ସେପଟେ ଥାନାରେ ପହଞ୍ଚି ସୋନାଲିଙ୍କ ମା କହିଛନ୍ତି, ରାତି 11ଟାରେ ଝିଅ ଫୋନ କରି ସେଠାରୁ ତାକୁ ନେଇଯିବା ପାଇଁ କହିଥିଲା। ହେଲେ କିଛି ସମୟ ପରେ ଆସିଥିଲା ତାର ମୃତ୍ୟୁ ଖବର। ସୋନାଲି ଆତ୍ମହତ୍ୟା କରିନି ବରଂ ତାକୁ ଛାତରୁ ଠେଲି ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଖଣ୍ଡଗିରି ଥାନାରେ ଏନେଇ ଏକ ମାମଲା ରୁଜୁ ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ହୋଟେଲ ରୁମ୍, ହୋଟେଲର ଛାତ,ମୃତଦେହ ପଡିଥିବା ସ୍ଥାନ ଆଦି ଦେଖିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ସୋନାଲି ମୃତ୍ୟୁକୁ ନେଇ ସନ୍ଦେହଘେରରେ ଥିବା ପୁରୁଷ ବନ୍ଧୁ ବିଭୁତିର ମୋବାଇଲରୁ କିଛି ଆପତ୍ତିଜନକ ତଥ୍ୟ ପାଇଛି ପୋଲିସ। ଯାହାକୁ ନେଇ ତା ଉପରେ ସନ୍ଦେହ ଆହୁରି ବଢ଼ିଛି।

Advertisment

ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂର ପରେ ପରେ ବଦଳୁଛି ରାଜନୈତିକ ସମୀକରଣ: ଯୁଦ୍ଧ ନୁହେଁ ଶାନ୍ତିମୁହାଁ ବିଶ୍ୱ

Bhubaneswar Nayagarh Girl Death Oyo Hotels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ