Advertisment

ବେଆଇନ୍‌ ଖଣି ଖନନ ମାମଲାରେ ସିଦ୍ଧାର୍ଥ ସ୍ପଞ୍ଜ କମ୍ପାନୀ ମାଲିକ ଗିରଫ

ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା ।

ଅଦ୍ୟତନ ହୋଇଛି
ED Arrests Company Director Anand Agrawal in Odisha

Anand Agrawal

Advertisment

ବେଆଇନ ଖଣି ଉତ୍ତୋଳନ ମାମଲାରେ ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଆନନ୍ଦ ଅଗ୍ରୱାଲଙ୍କୁ ଗିରଫ କରିଛି ଇଡି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ସଂସ୍ଥା ବିରୋଧରେ ମୟୂରଭଞ୍ଜ ଜିଲ୍ଲାର କାଶିବେଡାରେ ବେଆଇନ ଭାବେ ଓ ଅନୁମତି ଠାରୁ ଅଧିକ ଖଣି ଖନନ ଅଭିଯୋଗ ରହିଥିଲା।

Advertisment

ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଯେଉଁ ବସ୍‌ରେ ଅଧିକ ଭିଡ଼, ସେହି ବସ୍‌ରେ ଚଢ଼ି ଲୋକଙ୍କୁ ଲୁଟୁଥିଲେ

ଇଡିର ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର କାଶିବେଡ଼ାରେ ଥିବା ମାଇନ୍ସରୁ ବେଆଇନ ଭାବେ ଅଧିକ ଖନନ କରିଛନ୍ତି ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲ ଓ ଅନ୍ୟମାନେ। ୨୦୨୩ରେ ଇଡି ପକ୍ଷରୁ ସେମାନଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ସେମାନଙ୍କ ଯୋଗୁ ରାଜକୋଷକୁ ୨୧ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ବେଳେ ସେମାନେ ମଧ୍ୟ ବେଆଇନ ଭାବେ ୩୫ କୋଟି ଟଙ୍କାର ଆଇରନ ଓର ଉତ୍ତୋଳନ କରିଛନ୍ତି। 

Advertisment

ଅଧିକ ଖଣି ଖନନ ମାମଲାରେ ଇଡିର ତନାଘନା ଜାରି ରହିଛି। ପ୍ରାପ୍ତ ଅନୁମତିଠାରୁ ଅଧିକ ଖଣି ଖନନ ନେଇ ପ୍ରଥମେ ଭିଜିଲାନ୍ସ ପକ୍ଷରୁ ସିଦ୍ଧାର୍ଥ ସ୍ପଞ୍ଜ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ ବିରୋଧରେ ମାମଲା ରୁଜୁ କରାଯିବା ସହ ଘଟଣାର ତନାଘନା କରାଯାଇଥିଲା।

ED Illegal Mining
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ