Advertisment

ଜାମିନରେ ଆସି ଖୋଲାମେଲାରେ ବୁଲୁଛି ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି।

Mamita Murder case

Mamita Murder case

Advertisment

ରଥଯାତ୍ରା ଭିଡ଼ ଭିତରେ ବୁଲୁଛି ଜାମିନରେ ଆସିଥିବା ହତ୍ୟା ଅଭିଯୁକ୍ତ। ସେ ଏମିତି ସେମିତି ନୁହଁ, ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। କଳାହାଣ୍ଡି ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ବର୍ବର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପତ୍ନୀ ଓ ଝିଅର ଚିକିତ୍ସା ପାଇଁ ୩ ଦିନ ତଳେ ୧୪ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପାଇଥିଲେ। ଜାମିନରେ ଆସିବା ପରେ ବାହାରକୁ ଯାଇପାରିବେ ନାହିଁ, ପ୍ରମାଣ ନଷ୍ଟ କରିବେ ନାହିଁ, ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ଗଣମାଧ୍ୟମକୁ ବୟାନ ଦେବେ ନାହିଁ ଏବଂ ପ୍ରତିଦିନ ତଦନ୍ତ ଅଧିକାରୀଙ୍କୁ ଦେଖା କରିବାକୁ ସର୍ତ୍ତ ରଖିଥିଲେ ହାଇକୋର୍ଟ।

Advertisment

କିନ୍ତୁ କିଛି ସର୍ତ୍ତର ଖୋଲା ଉଲ୍ଲଂଘନ କରି ମହାଲିଙ୍ଗ ଗାଁରେ ଅନୁଷ୍ଠିତ ବାହୁଡ଼ା ଯାତ୍ରାରେ ନଜର ଆସିଥିବା ଅଭିଯୋଗ ହୋଇଛି। ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପଟେ ସର୍ବସାଧାରଣରେ ଉପସ୍ଥିତି ଓ ସାମାଜିକ ଉତ୍ସବରେ ଗୋବିନ୍ଦଙ୍କ ଯୋଗଦାନକୁ ନେଇ ଆଶଙ୍କାରେ ମମିତାଙ୍କ ପରିବାର ଲୋକେ। ହତ୍ୟାକାରୀ ଗୋବିନ୍ଦଙ୍କ ଏ ଖୋଲା ବିଚରଣ ସାକ୍ଷୀଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ସେମାନେ ଆଶଙ୍କା କରିଛନ୍ତି।

ସେପଟେ ଗୋବିନ୍ଦ ସାହୁଙ୍କ ଭଳି ହତ୍ୟା ଅଭିଯୁକ୍ତ ଅନ୍ତରୀଣ ଜାମିନରେ ଆସି ଏମିତି ଖୋଲାମେଲା ବିଚରଣ ଘଟଣାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ଆଇନଜୀବୀ। ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି। ତେଣୁ ଏଭଳି ସ୍ଥିତିରେ ପୋଲିସ ଓ ପ୍ରସିକ୍ଯୁସନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେପଟେ ଗୋବିନ୍ଦ ବାହାରେ ବୁଲାବୁଲି କରୁଥିବା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ସରକାରୀ ଓକିଲ।

Advertisment

ରିପୋର୍ଟ: ମନରଞ୍ଜନ ଯୋଶୀ

Govind Sahu Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ