Advertisment

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଜଣଙ୍କୁ ବାନ୍ଧିଲା ପୋଲିସ

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ ଜଣଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଘଟଣାକୁ ନେଇ ଆହୁରି ତଦନ୍ତ କରୁଛି ପୋଲିସ ।

ଅଦ୍ୟତନ ହୋଇଛି
OSSC question paper leak case

OSSC question paper leak case

Advertisment

ଲମ୍ବିଛି OSSC ପ୍ରଶ୍ନପତ୍ର ଲିକ୍ ଚେର । OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ ଜଣଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଘଟଣାକୁ ନେଇ ଆହୁରି ତଦନ୍ତ କରୁଛି ପୋଲିସ ।

Advertisment

ପୂର୍ବରୁ ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ବର୍ତ୍ତମାନ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିବା ପରେ ଏହି ଘଟଣାରେ ମୋଟ ୨୫ ଜଣ ଗିରଫ ହୋଇଛନ୍ତି ।

ସୂଚନାଥାଉ କି, ନିକଟରେ OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା । ବିହାରରୁ ମାଷ୍ଟରମାଇଣ୍ଡକୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା । ଖାଲି ମାଷ୍ଟରମାଇଣ୍ଡ ନୁହେଁ ତା’ ସହିତ ଅନ୍ୟ ୭ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଥିଲା । ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

Advertisment
Balasore Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ