Advertisment

‘ସରକାରୀ ଅଧିକାରୀ ନୁହେଁ, ପ୍ରିଣ୍ଟିଂ ପ୍ରେସ୍‌ରୁ ହିଁ ପ୍ରଶ୍ନପତ୍ର ଲିକ୍‌ ହୋଇଛି’

ପ୍ରିଣ୍ଟିଂ ପ୍ରେସ୍‌ର ଜଣେ ହେଲ୍‌ପର ପ୍ରଶ୍ନପତ୍ର ଲିକ୍‌ କରିଥିଲେ । ପ୍ରେସ୍‌ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ ।

ଅଦ୍ୟତନ ହୋଇଛି
OSSC Question Paper Leak

OSSC Question Paper Leak

Advertisment

OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ପ୍ରତିକ୍ରିୟା ରଖିଛନ୍ତି । ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ‘ପ୍ରିଣ୍ଟିଂ ପ୍ରେସ୍‌ର ଜଣେ ହେଲ୍‌ପର ପ୍ରଶ୍ନପତ୍ର ଲିକ୍‌ କରିଥିଲେ । ପ୍ରେସ୍‌ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ । ମାଷ୍ଟରମାଇଣ୍ଡ ବିହାରର ଜଣେ ସରକାରୀ ଅଧିକାରୀ । ସଂପୃକ୍ତ ପ୍ରିଣ୍ଟିଂ ପ୍ରେସଟି ଓଡ଼ିଶା ବାହାରେ ରହିଛି । ଓଡ଼ିଶାରୁ ଗିରଫ ଲୋକ କେବଳ ମଧ୍ୟସ୍ଥ କାମ କରୁଥିଲେ । ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଜଣାପଡ଼ିନି’ ।

Advertisment

ସେ ଆହୁରି କହିଛନ୍ତି ଯେ ୯ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ପ୍ରେସରୁ ଆଣିଥିଲା ହେଲ୍‌ପର । ଲିକ୍‌ କରିଥିବା ହେଲପର ଓ ମାଷ୍ଟରମାଇଣ୍ଡ ଗୋଟିଏ ଗାଁର ବୋଲି ଜଣାପଡ଼ିଛି । OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଖାଲି ମାଷ୍ଟରମାଇଣ୍ଡ ନୁହେଁ ତା’ ସହିତ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରାଯାଇଛି । ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ଏବେ ବି ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣ ଗିରଫ ହୋଇସାରିଛନ୍ତି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

Advertisment

ତେଣୁ କେଉଁ ତଦନ୍ତ ଆଧାରରେ OSSC ସଂପୃକ୍ତିକୁ ସିଧାସଳଖ ମନା କରୁଛି ପୋଲିସ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ଅନ୍ୟପଟେ ଏହି ଘଟଣାରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଥିବା ବେଳେ OSSC ଏବଂ ସରକାରଙ୍କ ନିରବତାକୁ ନେଇ ମଧ୍ୟ ସନ୍ଦେହ ଘନୀଭୂତ ହେଲାଣି।

Question Paper Leak OSSC Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ