Advertisment

ବ୍ଲାକ୍ ରୋଜ୍ ଭଳି ଦଶା ଭୋଗିବନି ତ MV ଦେବୀ ? ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି।

undefined

MV Debi

Advertisment

ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି। ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍। କାରଣ, ବର୍ଥ ଭଡା ଓ ଅନ୍ୟାନ୍ୟ ଫି ବାବଦରେ ଜାହାଜ ଉପରେ ପ୍ରାୟ ୮ କୋଟି ଟଙ୍କା ବକେୟା ରହିଛି। ଏହି ଟଙ୍କା ଦାବି କରି ହାଇକୋର୍ଟରେ ସିଭିଲ ସୁଟ୍ ଦାଏର କରିଥିଲା ପାରାଦୀପ ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲ-PICT। ଯାହା ଉପରେ ଶୁଣାଣି କରି ହାଇକୋର୍ଟ, ଆବେଦନକାରୀଙ୍କୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଦେବାକୁ ଜାହାଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ରାୟରେ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମାମଲା ଶେଷ ହେବା ଯାଏ ଜାହାଜକୁ ପାରାଦୀପରେ ହିଁ ଆରେଷ୍ଟ କର।

Advertisment

ସେପଟେ ଜାହାଜରୁ କୋକେନ୍ ଜବତ ମାମଲାର ଶୁଣାଣି ଜଗତସିଂହପୁର କୁଜଙ୍ଗର NDPS ଅଦାଲତରେ ଚାଲିଛି। ଜାହାଜ ଛାଡ ପାଇଁ କୋର୍ଟ ୧୦୦ କୋଟି ଟଙ୍କାର ସିକ୍ୟୁରିଟି ବଣ୍ଡ ଏବଂ ୧୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କଷ୍ଟମ ବିଭାଗ ଜାହାଜକୁ ଅଟକ ରଖିଥିବା ବେଳେ ନିଜ ଜାହାଜକୁ ମୁକୁଳାଇ ନେବାକୁ ମାଲିକ ଆବେଦନ କରିଥିଲେ। ଅନେକ ସର୍ତ୍ତାବଳୀ ରଖି ଜାହାଜ ଫେରାଇ ନେବାକୁ କୋର୍ଟ ନିର୍ଦ୍ଦେଶ ବି ଦେଇଥିଲେ। ହେଲେ ଏବେ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ MV ଦେବୀର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

ପ୍ରଶ୍ନ ଉଠୁଛି, କ’ଣ ହେବ ଏହି ବିଦେଶୀ ଜାହାଜର ଭାଗ୍ୟ ? ମୁକୁଳି ପାରିବ ନା ବ୍ଲାକରୋଜ୍ ଭଳି ପାରାଦୀପ ସମୁଦ୍ରରେ ପଡ଼ି ଖତ ହେବ? ଦୀର୍ଘ ୧୫ ବର୍ଷ ପରେ ବି ମଙ୍ଗୋଲୀୟ ଜାହାଜ ବ୍ଲାକରୋଜ ବୁଡି ରହସ୍ୟ ଉପରୁ ପରଦା ଉଠିପାରିନଥିବା ବେଳେ MV ଦେବୀ ଜାହାଜ ମୁକ୍ତ ହେବ ତ ? ଗୋଟେ ବିଦେଶୀ ଡ୍ରଗ୍ସ ସ୍ମଗଲିଂ ଅଭିଯୁକ୍ତ ଜାହାଜକୁ ୧୦ କୋଟି ଟଙ୍କାର ଗ୍ୟାରେଣ୍ଟି ଦେବାକୁ କେଉଁ ବ୍ୟାଙ୍କ ରାଜି ହେବ? ୧୦୦ କୋଟିର ସିକ୍ୟୁରିଟି ବଣ୍ଡ ଦେଇ ଥରେ ଭାରତ ସୀମାରୁ ଚାଲିଗଲେ, କୋର୍ଟ ଯେବେ ଚାହିଁବେ ଜାହାଜ କିମ୍ବା ତା ମାଲିକ ପାରାଦୀପ ଆସିବେ ତ ? ତେଣୁ ତଦନ୍ତକାରୀ ସଂସ୍ଥା ସହଜରେ ଜାହାଜକୁ ଯିବାକୁ ଦେବେ ତ ?

Advertisment

ଇଜିପ୍ଟରୁ ବାହାରିଥିବା ଏମଭି ଦେବୀ ଜାହାଜ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଦେଇ ପାରାଦୀପରେ ପହଁଚିଥିଲା। ଏଠାରୁ ଡେନମାର୍କ ଯିବାର ଥିଲା। ତେବେ ପାରାଦୀପ ବନ୍ଦରର PICTରେ ଏହି ଜାହାଜ ଥିବା ବେଳେ ୧ ଡିସେମ୍ବର ୨୦୨୩ରେ ସେଥିରୁ ୨୨ କେଜି କୋକେନ୍ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟିରୁ ଅଧିକ ହେବ। ସେବେଠାରୁ ଜାହାଜଟି ପାରାଦୀପରେ ଅଟକି ରହିଛି।

High Court Paradeep Port
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ