Advertisment

Train Tragedy: ଅନୁକମ୍ପା ଟଙ୍କା ପାଇଁ ଅଜଣା ଶବକୁ ସ୍ୱାମୀ କରିଥିଲେ, ଏବେ ସତ ସ୍ୱାମୀ ଥାନାରେ ଏତଲା ଦେଲେ

ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।

ଅଦ୍ୟତନ ହୋଇଛି
Train Tragedy, Fraud Woman

Train Tragedy, Fraud Woman

Advertisment

ପ୍ରଥମେ ପତ୍ନୀ କହିଲେ ‘ମୋ ସ୍ୱାମୀ ଟ୍ରେନ୍‌ ଦୁର୍ଘଟଣାରେ ମରିଯାଇଛନ୍ତି ।ମୋତେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶି ଦିଆଯାଉ ।’ ଆଉ ଏବେ ସେହି ମୃତ ସ୍ୱାମୀ, ପତ୍ନୀଙ୍କ ନାଁରେ ଥାନାରେ ଦେଇଛନ୍ତି ଏତଲା । ଆଉ ଦାବି କରିଛନ୍ତି ପତ୍ନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେ କହିଛନ୍ତି ‘ମୁଁ ମରିନି । ଟଙ୍କା ଲୋଭରେ ପତ୍ନୀ ଏଭଳି କାଣ୍ଡ ଭିଆଇଛନ୍ତି ।’

Advertisment

ପୁରା ଘଟଣାଟି ହେଲା...

ଗତ ଦୁଇ ଦିନ ହେବ ଏକ ଖବର ଚାରିଆଡ଼େ ଜୋରଦାର ଭାଇରାଲ ହେଉଥିଲା । ତାହା ହେଲା, ଜଣେ ମହିଳା ପୋଲିସ ପାଖରେ ପହଞ୍ଚି, ଅଜଣା ଶବକୁ ନିଜ ସ୍ୱାମୀ ବୋଲି କହି ସରକାରଙ୍କ ଅନୁକମ୍ପା ଟଙ୍କା ହାତେଇବାକୁ ଚେଷ୍ଟା କରିଥିଲେ । ଆଉ ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।

ଆଉ ଏବେ ସେହି କାହାଣୀରେ ଆସିଛି ଟ୍ୱିଷ୍ଟ । ଉକ୍ତ ମହିଳାଙ୍କ ସ୍ୱାମୀ ବଞ୍ଚିଛନ୍ତି ଆଉ ପତ୍ନୀଙ୍କ ବିରୋଧରେ ଏବେ ଥାନାରେ ଏତଲା ଦେଇଛନ୍ତି । ସେ କହିଛନ୍ତି ଟ୍ରେନ ଦୁର୍ଘଟଣାରେ ସହାୟତା ରାଶି ହଡ଼ପ ପାଇଁ ଜୀବିତ ସ୍ୱାମୀକୁ ମୃତ ଦର୍ଶାଇଛନ୍ତି ପତ୍ନୀ । ଖୋଦ ସ୍ତ୍ରୀ ଗୀତାଞ୍ଜଳିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ମାଣିଆବନ୍ଧ ଥାନାରେ ଏତଲା ଦେଇଛନ୍ତି ସ୍ୱାମୀ ବିଜୟ ଦତ୍ତ । ଗତ ୧୩ ବର୍ଷ ହେଲା ସ୍ତ୍ରୀ ତାଙ୍କଠାରୁ ଅଲଗା ରହିବା ସହ ବିଭିନ୍ନ ସମୟରେ ମିଛ ମାମଲା କରି ଅସୁବିଧାରେ ପକାଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସ୍ୱାମୀ ।

Advertisment

ଟ୍ରେନ ଦୁର୍ଘଟଣା ପରେ ସରକାର ସହାୟତା ରାଶି ଘୋଷଣା କରିଥିଲେ । ଆଉ ଏହାକୁ ପାଇବା ପାଇଁ ଗୀତାଞ୍ଜଳି ବାଲେଶ୍ୱର ଯାଇ ସ୍ୱାମୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରଶାସନକୁ ଦର୍ଶାଇ ସହାୟତା ରାଶି ଦାବି କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ହେଲେ କାଗଜପତ୍ର ଦେଖାଇ ନପାରିବାରୁ ପ୍ରଶାସନର ସଂଦେହ ହୋଇଥିଲା । ଏହାପରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାଣିଆବନ୍ଧ ଥାନାରେ ସ୍ୱାମୀ ବିଜୟ ଦତ୍ତ ନିଜେ ଏତଲା ଦେଇଛନ୍ତି ।

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ