Baba Bijayananda Maharaja
ଭୁବନେଶ୍ୱର: ଖୋଲୁଛି ବାବା ବିଜୟାନନ୍ଦ ଚୌଧୁରୀଙ୍କ ଠକେଇର ଗୋଟିଏ ପରେ ଗୋଟିଏ ଗୁମର। ଗଞ୍ଜାମ ଜିଲ୍ଲାର ଜଣେ ଠିକାଦାରଙ୍କୁ ଏହି ଭଣ୍ଡ ବାବା ୨୫ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଛି। ଟେଣ୍ଡର ଦେବା ନାଁରେ ବାବା ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ବାବାଙ୍କ ୨ଟି ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ସିଜ କରାଯାଇଛି। ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ-ଓଟିଡିସିର ଜାଲ୍ ଡକ୍ୟୁମେଣ୍ଟ ଦେଇ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ବାବା ବିଜୟାନନ୍ଦଙ୍କୁ ଗିରଫ କରାଯାଇଛି।
ଏପରିକି ବିଭିନ୍ନ ଲୋକଙ୍କ ପାଖରୁ ବାବାଙ୍କ ଆକାଉଣ୍ଟରେ ବଡ଼ ପରିମାଣର ଟଙ୍କା ଟ୍ରାନ୍ସଫର ହୋଇଥିବାର ପ୍ରମାଣ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। ବର୍ତ୍ତମାନ ଏହି ସବୁ ଲୋକଙ୍କୁ ନିଜ ସ୍କାନରରେ ରଖିଛି ଇଓଡବ୍ଲୁ।
ସେପଟେ ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ। ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629890259.jpg)