Advertisment

ଅଭିନେତା ବବି ମିଶ୍ରଙ୍କୁ ଥାନାରୁ ନୋଟିସ୍ ଦେଇ ଛାଡ଼ିଲା ପୋଲିସ୍

ପଡୋଶୀ କହିଥିଲେ ଯେ, ‘ବବି ମିଶ୍ର କାହାସହ ଫୋନ୍‌ରେ କଥା ହେଉଥିବା ମୁଁ ଶୁଣିବାକୁ ପାଇଲି। ଏହି ସମୟରେ ସେ କହିଥିଲେ, ଆଜି ଲୋକ ଡକାଇବି। ତପି ମିଶ୍ରକୁ ମାରିବି ଓ ତା ସ୍ତ୍ରୀକୁ ବାହା ହେବି। ଏପରିକି ବବି ଆସି ଆମ ଘରର ଗ୍ରୀଲକୁ ଗୋଇଠା ମାରିଛନ୍ତି। ଫଳରେ ମୋତେ ଗ୍ରୀଲରେ ଚାବି ଲଗାଇବାକୁ ପଡ଼ିଲା।’

ଅଦ୍ୟତନ ହୋଇଛି
Actor Bobby Mishra

Actor Bobby Mishra

Advertisment

ଭୁବନେଶ୍ୱର: ଅଭିନେତା ବବି ମିଶ୍ରଙ୍କୁ ଥାନାରୁ ନୋଟିସ୍ ଦେଇ ଛାଡ଼ିଲା ପୋଲିସ୍। 41 CRPCରେ ନୋଟିସ୍ ଦେଇ ଛାଡ଼ିଲା ନୟାପଲ୍ଲୀ ଥାନା ପୋଲିସ୍।ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ଅଭିଯୋଗରେ ଥାନାକୁ ଆସିଥିଲେ ବବି। ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀଙ୍କ ସହ ଗଣ୍ଡଗୋଳ  ହୋଇଥିଲା। ନୟାପଲ୍ଲୀ ଥାନା ପୋଲିସ୍ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିଲା। 

Advertisment

ସୂଚନା ଅନୁସାରେ, ଗତକାଲି ଗାଡ଼ି ପାର୍କିଂକୁ ନେଇ ବବି ମିଶ୍ରଙ୍କ ସହ ପଡୋଶୀ ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା। ଏହାପରେ ବବି, ତପିଙ୍କୁ ବାଡ଼େଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ବବି କେବଳ ତପିଙ୍କୁ ବାଡ଼େଇ ନଥିଲେ ଏପରିକି କିଛି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଏପରିକି ତପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା ନେଇ ବବି କହିଥିବା ତପି ଅଭିଯୋଗ ଆଣିଛନ୍ତି। ତପିଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଆଜି ବବିଙ୍କୁ ଥାନାକୁ ଡକାଇଥିଲେ। ତପି ମଧ୍ୟ ଥାନାରେ ଉପସ୍ଥିତ ଥିଲେ। ଉଭୟଙ୍କୁ ଆଜି ନୟାପଲ୍ଲୀ ଥାନାକୁ ଡକା ଯାଇ ପୋଲିସ ପଚରାଉଚରା କରିଛି।

ତପିଙ୍କ ପତ୍ନୀ କହିଥିଲେ ଯେ, ‘ବବି ମିଶ୍ର କାହାସହ ଫୋନ୍‌ରେ କଥା ହେଉଥିବା ମୁଁ ଶୁଣିବାକୁ ପାଇଲି। ଏହି ସମୟରେ ସେ କହିଥିଲେ, ଆଜି ଲୋକ ଡକାଇବି। ତପି ମିଶ୍ରକୁ ମାରିବି ଓ ତା ସ୍ତ୍ରୀକୁ ବାହା ହେବି। ଏପରିକି ବବି ଆସି ଆମ ଘରର ଗ୍ରୀଲକୁ ଗୋଇଠା ମାରିଛନ୍ତି। ଫଳରେ ମୋତେ ଗ୍ରୀଲରେ ଚାବି ଲଗାଇବାକୁ ପଡ଼ିଲା।’

Advertisment

ଅନ୍ୟପକ୍ଷେ, ତପି ଆଣିଥିବା ଅଭିଯୋଗକୁ ବବି ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ବବି କହିଛନ୍ତି, ନା ତାଙ୍କ ପାଖରେ କୌଣସି ବନ୍ଧୁକ ଅଛି ନା ସେ କୌଣସି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ଧମକ ଦେଇଛନ୍ତି। ଏପରିକି ତପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା କଥା ମଧ୍ୟ ବବି ଖଣ୍ଡନ କରିଛନ୍ତି। 

ସାମାନ୍ୟ ଗା଼ଡ଼ି ପାର୍କିଂକୁ ନେଇ ଦୁଇ ସିନେ କଳାକାରଙ୍କ ଭିତରେ ଝଗଡ଼ା ଥାନାକୁ ଆସିବା, ବବିଙ୍କ ନାଁରେ ଗ୍ୟାଙ୍ଗଷ୍ଟରଙ୍କ ସହ ଉଠାବସାର ଅଭିଯୋଗ ଆସିବା ଘଟଣାକୁ ନେଇ ଚର୍ଚ୍ଚାରେ ଓଲିଉଡ୍।

Advertisment
Odisha News Ollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ