Advertisment

ହାଇଦର ମୃତ୍ୟୁ ଘଟଣାରେ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ।

ହାଇଦର ମୃତ୍ୟୁ ଘଟଣାରେ  ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

OHRC filed case

Advertisment

କଟକ: ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ କରିଛି କମିଶନ। ମାମଲା ରୁଜୁ ସହ ନୋଟିସ ମଧ୍ୟ ଜାରି କରିଛନ୍ତି ମାନବାଧିକାର କମିଶନ।
ଗୃହ ବିଭାଗ ଏସିଏସ୍, ପୋଲିସ ଡିଜି, ଜେଲ୍ ବିଭାଗ ଡିଜିଙ୍କୁ ନୋଟିସ କରାଯାଇଛି। ଟୁଇନ ସିଟି ପୋଲିସ କମିଶନରଙ୍କୁ ମଧ୍ୟ OHRC ପକ୍ଷରୁ ନୋଟିସ କରାଯାଇଛି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ OHRC।

Advertisment

ସୂଚନାଥାଉ କି, ଜୁଲାଇ ୨୪ ତାରିଖ ଦିନ ପୋଲିସର ଏକ  ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର  ହାଇଦରର ମୃତ୍ୟୁ ହୋଇଥିଲା। ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ  ପରିସ୍ରା ଯିବା ବାହାନାରେ ହାଇଦର ବାହାରକୁ ଆସିଥିଲା। ଏହି ସମୟରେ ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ପକ୍ଷରୁ ହାଇଦରକୁ ୱାର୍ଣ୍ଣିଂ ଦିଆଯାଇଥିଲା ହେଲେ ବି ସେ ମାନି ନଥିଲା। ଫଳରେ ବାଧ୍ୟ ହୋଇ ପୋଲିସ୍‌ ଗୁଳି କରିଥିଲା । 

କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ହାଇଦରକୁ ନେବା ବେଳେ ୧ ସେକ୍ସନ ଫୋର୍ସ, ଜଣେ ଇନ୍ସପେକ୍ଟର, ଜଣେ SI ସାଙ୍ଗରେ ଥିଲେ।ଏନ୍‌କାଉଣ୍ଟର ବେଳେ ହାଇଦରର ପେଟରେ ଗୁଳି ବାଜିଥିଲା। ଏହାପରେ ତାକୁ ତୁରନ୍ତ ବାଲେଶ୍ୱର ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

Advertisment

ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପସ୍ଥିତିରେ ଗତକାଲି ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ହାଇଦରର ମୃତଦେହ  ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହସ୍ତାନ୍ତର କରାଯାଇଛି। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଘଂରୁ ବାହାରିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା। ଏନେଇ ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକ ସୂଚନା ଦେଇଛନ୍ତି।ପୋଷ୍ଟମର୍ଟମ ବେଳେ ହାଇଦର ପକେଟରୁ ଏକ ଫୋନ୍ ଡାଇରୀ ଜବତ ହୋଇଛି

Advertisment

 ଗ୍ୟାଙ୍ଗଷ୍ଟର ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ କେନ୍ଦ୍ରାପଡା ଜିଲ୍ଲା ରଣାପଡା ଠାରେ ଥିବା କବରସ୍ଥାନରେ ହାଇଦରକୁ କବର ଦିଆଯାଇଥିଲା।  ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଘଟଣା ସମ୍ପର୍କରେ ଆଜି ଏତଲା ଦେଇଛନ୍ତି। ସେଦିନ ଘଟିଥିବା ଏନ୍‌କାଉଣ୍ଟର ସମ୍ପର୍କରେ ସେ ଟିକ୍‌ନିଖ୍‌ କରି ନିଜ FIR କପିରେ ଉଲ୍ଲେଖ କରିଛନ୍ତି।ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇବା ଲାଗି ବାଧ୍ୟ ହୋଇ ହାଇଦର ଉପରକୁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

OHRC Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ